ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ ଆଦି ବାହାରକୁ ଚାଲାଣ ହେଉଛି। ବିଶେଷକରି ରାଜ୍ୟରେ ବ୍ରାଉନସୁଗାର ଓ ଗଞ୍ଜେଇ ବ୍ୟବସାୟ ସହରଠୁ ଆରମ୍ଭ କରି ସାହିବସ୍ତି ଓ ଗାଁରେ ଚେର ମେଲିଥିବାବେଳେ ଏଥିଯୋଗୁ ବହୁ ଅପରାଧ ଘଟୁଛି। ନିଶା ମାଫିଆ ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ଏବେ ପୋଲିସର ଚେତା ପଶିଛି। ନିଶା କାରବାର ବନ୍ଦ ପାଇଁ କମିଶନରେଟ ପୋଲିସ୍‌ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। ନିଶା ମାଫିଆ ଓ ବ୍ୟବସାୟୀଙ୍କୁ ସାବାଡ୍‌ କରିବାକୁ ଏସ୍‌ଟିଏଫ୍‌ ଚଢ଼ାଉ ଚଳାଇଛି। ଏହାସତ୍ତ୍ୱେ ନିଶାଦ୍ରବ୍ୟ ଚାଲାଣ ଥମିବାର ନାଁ ଧରୁନି। ନିଶା ମାଫିଆମାନେ ପୋଲିସ ନଜରରୁ ହଟିବା ପାଇଁ ଏବେ ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ର଼୍ୟାକେଟରେ ସାମିଲ୍‌ କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଟ୍ରେନିଂ ପରେ ସମ୍ପୃକ୍ତ ମହିଳାଙ୍କୁ ଏଜେଣ୍ଟ ଭାବେ ମୋଟା ଦରମାରେ ନିଯୁକ୍ତ କରୁଛନ୍ତି। ଚାଲାଣରେ ନାଇଟ୍‌କୋଚ୍‌ ବସ୍‌ ଓ ଟ୍ରେନ୍‌ ପ୍ରମୁଖ ମାଧ୍ୟମ ପାଲଟିଛି।

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ନାଇଟ୍‌କୋଚ୍‌ ବସ୍‌ରେ କଲିକତାକୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଖଣ୍ଡିଗିରି ପୋଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଧରିଛି। ଏହି ଘଟଣାରେ ଦୁଇଜଣ ମହିଳା ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାଢ଼େ ୧୨କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଦୁଇ ମହିଳା ହେଲେ ପଶ୍ଚିମବଙ୍ଗ ମେଦିନାପୁରର ରେବ ଘଡେଇ(୪୦) ଓ କୁକୁଲି ଗୋରାମି(୪୧)। ଦୁଇ ଜଣଙ୍କ ବିରୋଧରେ କେସ୍‌ ନଂ-୩୮୯/୧୯, ଏନ୍‌ଡିପିଏସ୍‌ ଆକ୍ଟ ଲଗାଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଉକ୍ତ ଦୁଇ ମହିଳା ଜରିଅଖାରେ ଗଞ୍ଜେଇ ଭର୍ତ୍ତି କରି ସୋମବାର ସନ୍ଧ୍ୟାରେ ଆସ୍କାରୁ ଏକ ଘରୋଇ ବସ୍‌ରେ ବସି ମଙ୍ଗଳବାର ଭୋର୍‌ ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଓହ୍ଲାଇଥିଲେ। ସେମାନେ ଅନ୍ୟ ଏକ ବସ୍‌ରେ କଲିକତା ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତରକୁ ଯାଇ ଅପେକ୍ଷା କରିଥିଲେ। ହେଲେ ସେମାନଙ୍କ ହାବଭାବ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତୁରନ୍ତ ଏକ ପୋଲିସ ଟିମ୍‌ ପହଞ୍ଚତ୍ ଦୁଇ ମହିଳା ଓ ସେମାନେ ଆଣିଥିବା ଜରି ବସ୍ତାକୁ ଯାଞ୍ଚ କରିବା ପରେ ଗଞ୍ଜେଇ ମିଳିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଗଞ୍ଜେଇ ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା।

ଥରକରେ ଏଜେଣ୍ଟଙ୍କୁ ମିଳେ ୩୦ରୁ ୫୦ହଜାର ଟଙ୍କା
ଗୋଟିଏ ଥରେ ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଲେ ଏଜେଣ୍ଟଙ୍କୁ ୩୦ରୁ ୫୦ ହଜାର ଟଙ୍କା ମିଳିଥାଏ। ତେବେ ପରିମାଣ ଅନୁସାରେ ପ୍ରାପ୍ୟ ନିର୍ଦ୍ଧାରଣ ହୋଇଥାଏ। ଯିଏ ଯେତେ ପରିମାଣର ଗଞ୍ଜେଇ ଚାଲାଣ କରିଥାନ୍ତି, ସେହି ଅନୁପାତରେ ଟଙ୍କା ପାଇଥାନ୍ତି। ଏପରିକି ଏଥିପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଇଥାଏ। ପୁରୁଣା ମହିଳା ଏଜେଣ୍ଟଙ୍କ ସହ ନୂଆ ସାମିଲ୍‌ ହେଉଥିବା ମହିଳା କିମ୍ବା ପୁରୁଷ ରହିଥାନ୍ତି।

ର଼୍ୟାକେଟରେ ବସ୍‌ ଡ୍ରାଇଭର, ହେଲ୍‌ପର
ରାତିରେ ମହିଳାମାନେ ନାଇଟ୍‌ କୋଚ ବସ୍‌ରେ ଯାଉଥିବାରୁ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୁଏ ନାହିଁ। ଏପରିକି ରାତିରେ ପୋଲିସ କେବେ ବସ୍‌ରେ ଚଢି ଯାଞ୍ଚ କରେ ନାହିଁ। ଫଳରେ ସହଜରେ ଗଞ୍ଜେଇ ପଶ୍ଚିମବଙ୍ଗରେ ପହଞ୍ଚତ୍ୟାଇଥାଏ। ସବୁଠୁ ବଡ଼ କଥା ହେଲା କେତେକ ଘରୋଇ ବସ୍‌ ଡ୍ରାଇଭର ଓ ହେଲପର ଏହି ର଼୍ୟାକେଟରେ ସଂପୃକ୍ତ ଥିବା ପୋଲିସ ଦୁଇ ମହିଳା ଏଜେଣ୍ଟଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି।

ମାଷ୍ଟର ମାଇଣ୍ଡ୍‌ ଓଡ଼ିଶାରେ
ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ୍‌ ହେଉଛନ୍ତି ଜଣେ ଓଡ଼ିଆ। ସେ ବହୁ ମହିଳାଙ୍କୁ ଏହି କାରବାରରେ ସାମିଲ୍‌ କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେମାନଙ୍କ ଭଳି ଅନ୍ୟମାନେ ନିୟମିତ ବସ୍‌ରେ ଗଞ୍ଜାମ ଜିଲା ଆସ୍କାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରନ୍ତି। ପୂର୍ବରୁ ମଧ୍ୟ ବହୁଥର ଏପରି ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବା ମହିଳା ଦ୍ୱୟ କହିଛନ୍ତି। ତେବେ ମାଷ୍ଟରମାଇଣ୍ଡ୍‌ ଜଣକ କିଏ ସେ ସମ୍ପର୍କରେ ପୋଲିସ ଅଧିକ କିଛି ସୂଚନା ଦେଉ ନ ଥିଲେ ମଧ୍ୟ ତାଙ୍କୁ ଧରିବାକୁ ପୋଲିସ ଆସ୍କା ଯିବ ବୋଲି ଜଣାପଡିଛି। ପଶ୍ଚିମବଙ୍ଗରେ ମଧ୍ୟ ଏହି ର଼୍ୟାକେଟରେ ଅନେକ ବ୍ୟକ୍ତି ସମ୍ପୃକ୍ତ ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri