ନିର୍ମାଣ ଶ୍ରମିକଙ୍କୁ ମିଳିନି ସହାୟତା

ଫୁଲବାଣୀ ଅଫିସ,୧୯ା୪-କରୋନା ଲକ୍‌ଡାଉନ୍‌ରେ ଫୁଲବାଣୀ ସହରର ଅନେକ ନିର୍ମାଣ ଶ୍ରମିକ ସରକାରଙ୍କ ଘୋଷିତ ୧୫ଶହ ଟଙ୍କା ସହାୟତା ଅର୍ଥ ପାଇ ନ ଥିବା ଅଭିଯୋଗ କରି ଶନିବାର ଆଇଏନ୍‌ଟିୟୁସି ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ସହରର ଅନେକ ନିର୍ମାଣ ଶ୍ରମିକଙ୍କ କାର୍ଡ ଥାଇ ସୁଦ୍ଧା ସେମାନଙ୍କୁ ଏହି ଅର୍ଥ ମିଳିନାହିଁ ବୋଲି ଏଥିେ ଉଲ୍ଲେଖ କରାଯାଇଛି ା ସହୟତା ପାଇ ନ ଥିବା ଶ୍ରମିକଙ୍କ ପରିବାର ବହୁ ଅସୁବିଧାରେ ଚଳୁଛନ୍ତି ା ତେଣୁ ତୁରନ୍ତ ସେମାନଙ୍କୁ ସହୟତା ଯୋଗାଇ ଦେବାକୁ ସଂଗଠନର ଜିଲା ସାଧାରଣ ସମ୍ପାଦକ ଜାକିରୁଲା ଖାନଙ୍କ ନେତୃତ୍ୱରେ ବହୁ ଶ୍ରମିକ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ା