ନିର୍ମାଣ ଶ୍ରମିକଙ୍କୁ ମାସ୍କ, ସହାୟତା ରାଶି ବଣ୍ଟନ

ଖଇରା, ୧୦।୪(ଡି.ଏନ.ଏ.)-ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି ା ପ୍ରଥମେ ମନ୍ତ୍ରୀ ଅନ୍ଧାରୀ ଗ୍ରାମକୁ ଯାଇ ରବୀନ୍ଦ୍ର କୁମାର ବିଶ୍ୱାଳଙ୍କ ଦ୍ୱାରା ଦାନ କରାଯାଇଥିବା ମାସ୍କ ବଣ୍ଟନ କରିଥିଲେ ା ପରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିବା ୧ହଜାର ୫ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ବିଜେଡି ନେତା ସୁଶାନ୍ତ କୁମାର ନାୟକ, ପ୍ରଦୀପ କୁମାର ସାହୁ, ଖଇରାର ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ା ଏହି ଅବସରରେ ବିଜେଡି ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ନାୟକ ୧୦ହଜାର ଟଙ୍କାର ଚେକ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ।