ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି। ଅନେକ ନିର୍ମାଣ ଶ୍ରମିକ ଦୈନିକ ଓ ସାପ୍ତାହିକ ମଜୁରି ପାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ରୋଜଗାର ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ପରିବାରର ଦୁର୍ଦ୍ଦଶା ବଢ଼ି ଚାଲିଛି। ସେହିପରି ବାହାର ରାଜ୍ୟରେ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନେ କାମ ନ ପାଇ ଘରକୁ ଫେରି ଆସି ବେକାର ହୋଇ ବସିଛନ୍ତି। ଏବେ ଏପ୍ରିଲ ୧୪ ପର୍ଯ୍ୟନ୍ତ ତାଲା ବନ୍ଦ କଟକଣା ଜାରି ରହିବ। ଆଗକୁ ଏମାନଙ୍କ ପରିବାରର ସ୍ଥିତି ଆହୁରି ଜଟିଳ ହେବ। ଏପରି ସ୍ଥଳେ ଶ୍ରମ ବିଭାଗରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ହିନ୍ଦ ମଜଦୁର ସଭା ଓ ଓଡିଶା ନିର୍ମାଣ ମଜଦୁର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।