Categories: ଜାତୀୟ

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ

ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ କୁମାର ଶର୍ମା ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିଶନ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ଫାଶୀ ତାରିଖ ୨୨ ଜାନୁୟାରୀ ସକାଳ ୭ଟା ଦିଆଯିବାକୁ ନିର୍ଦ୍ଦେଶ ଦେବା ପରେ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଏହାପରେ ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଏ.ପି. ସିଂ କହିଥିଲେ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଦିନେ ଦୁଇ ଦିନ ମଧ୍ୟରେ କ୍ୟୁରେଟିଭ ପିଟିଶନ ଦାଖଲ କରିବେ।

Share