ନିର୍ଭୁଲ ତଥ୍ୟ ସଂଗ୍ରହ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ୨୦୨୧ ଜନଗଣନା ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାକୁ ଜିଲାସ୍ତରୀୟ ଜନଗଣନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନା ତଥ୍ୟ ଆଧାରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥାଏ। ସାମାଜିକ, ଅର୍ଥନୈତିକ, ଶିକ୍ଷା, ଜାତି, ଧର୍ମ ବିଷୟରେ ପ୍ରତ୍ୟେକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯାଏ। ଏଥିରେ ନିୟୋଜିତ କର୍ମଚାରୀ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଜନଗଣନା କାର୍ଯ୍ୟକ୍ରମର ଭୁବନେଶ୍ୱରସ୍ଥିତ ଡେପୁଟି ଡାଇରେକ୍ଟର ଆରାଧନ କର୍ମୀ ସୂଚନା ଦେଇ କହିଲେ, ସ୍ବାଧୀନତା ପରେ ୨୦୨୧ରେ ଅଷ୍ଟମ ଥର ପାଇଁ ଜନଗଣନା କରାଯିବ। ଏଥିରୁ ଦେଶର ସାମ୍ପ୍ରତିକସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ। ବାସଗୃହ ସଂଖ୍ୟା, ସଦସ୍ୟଙ୍କ ସଂଖ୍ୟା ଭିତ୍ତିରେ ପ୍ରତି ତହସିଲକୁ କେତେଗୁଡିଏ ବ୍ଲକରେ ବିଭକ୍ତ କରାଯିବ। ପ୍ରତି ବ୍ଲକରେ ୬୦୦ରୁ ୮୦୦ ଲୋକଙ୍କୁ ସାମିଲ କରାଯିବ। ପ୍ରତ୍ୟେକ ଜନଗଣନାକାରୀଙ୍କୁ ଗୋଟିଏ ଲେଖାଏ ନିର୍ଦ୍ଧାରିତ ବ୍ଲକର ଦାୟିତ୍ୱ ଦିଆଯିବ। ୬ ଜନଗଣନାକାରୀ ଜଣେ ସୁପରଭାଇଜର ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ଉଭୟ ମୋବାଇଲ ଆପ୍‌ ଏବଂ ପେପର ସିଡ୍ୟୁଲ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ବିଭିନ୍ନ ପ୍ରଶ୍ନାବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
୨୦୨୧ ଜନଗଣନା କାର୍ଯ୍ୟକ୍ରମରେ ଜିଲାପାଳ ପ୍ରିନ୍ସିପାଲ ସେନ୍‌ସସ୍‌ ଅଫିସର ରହିବେ। ସେହିପରି ଅତିରିକ୍ତ ଜିଲାପାଳ ଜିଲା ସେନସସ୍‌ ଅଫିସର, ଉପଜିଲାପାଳମାନେ ଉପଖଣ୍ଡ ସେନ୍‌ସସ୍‌ ଅଧିକାରୀ, ଡେପୁଟି ଡାଇରେକ୍ଟର (ପ୍ଲାନିଂ ଆଣ୍ଡ୍‌ ଷ୍ଟାଟିଷ୍ଟିକ୍ସ) ସହକାରୀ ଜିଲା ସେନ୍‌ସସ୍‌ ଅଧିକାରୀ ଦାୟିତ୍ୱ ନିର୍ବାହ କରିବେ। ତହସିଲଦାର, ବିଡିଓ, ଡିଇଓ, ବିଇଓ ଚାର୍ଜ ଅଫିସର, ଅତିରିକ୍ତ ତହସିଲଦାର, ଅତିରିକ୍ତ ବିଡିଓ ସହକାରୀ ଚାର୍ଜ ଅଫିସର ରହିବେ। ସେହିପରି ଜିଲା କାର୍ଯ୍ୟାଳୟର ସହକାରୀ ଜିଲାପାଳ ସସ୍ମିତା ବେହେରା ନୋଡାଲ ଅଫିସର ଏବଂ ମଧୁସ୍ମିତା ପଣ୍ଡା ଜିଲା ସେନ୍‌ସସ୍‌ ପିଆର ଦାୟିତ୍ୱରେ ଅଛନ୍ତି।
ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟ ମହାପାତ୍ର, ଯୋଜନା ବିଭାଗ ଉପନିର୍ଦ୍ଦେଶକ ସରୋଜ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri