Categories: ଜାତୀୟ

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଫଳାଫଳ ଘୋଷଣାକୁ ଏକ ମାସ ପୂରିଛିି। ଏହି ସମୟ ମଧ୍ୟରେ ଭାଜପା ବିଭିନ୍ନ ଯୋଜନା ଆଧାରର ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସଂଗଠନକୁ କିପରି ସୁଦୃଢ଼ କରାଯିବ ସେ ନେଇ ଭାଜପା ପଦକ୍ଷେପ ଗ୍ରହଣ କରିଛି। ଏହି ସମୟ ମଧ୍ୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କାର୍ଯ୍ୟ ଶେଷ ହେବା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅପରପକ୍ଷରେ କଂଗ୍ରେସ ଦଳରେ ଅଧ୍ୟକ୍ଷ ପଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେହିପରି ଏପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ମାନସ ମନ୍ଥନରୁ ବାହାରି ପାରି ନ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ୨୦୧୪ରେ କଂଗ୍ରେସ ମାତ୍ର ୪୪ ଆସନ ହାତେଇଥିବାବେଳେ ୨୦୧୯ରେ ଏହା ୫୨କୁ ବୃଦ୍ଧି ପାଇଛି। ଦଳ ଗତ ପାଞ୍ଚ ବର୍ଷ ମଧ୍ୟରେ ଲୋକ ସଭାରେ ବିରୋଧୀ ଆସନ ଲାଗି ଆବଶ୍ୟକ ହେଉଥିବା ୧୦ ପ୍ରତିଶତ ଆସନ ମଧ୍ୟ ହାସଲ କରିପାରି ନାହିଁ। ବିରୋଧୀ ଦଳ ଆସନରେ ବସିବା ପାଇଁ ୫୫ ଆସନର ଆବଶ୍ୟକତା ଥିବାବେଳେ ଏହା କଂଗ୍ରେସ ପାଖରେ ନାହିଁ। ଭାଜପା ସରକାର ଯୋଜନାବଦ୍ଧ ଭାବେ ଆଗାମୀ ୫ ବର୍ଷ ପରେ ଆସୁଥିବା ନିର୍ବାଚନରେ କିଭଳି ସଫଳତା ହାସଲ କରିବେ ସେ ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏପରିସ୍ଥଳେ କଂଗ୍ରେସ ଅନେକ ପଛୁଆ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share