ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨ ଜଣ ସଭ୍ୟ ମଧ୍ୟରୁ ୨୦ଜଣ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଅରୁଣକୁମାର ପଣ୍ଡା ଅଧ୍ୟକ୍ଷ ପଦବି ଲାଗି ଏକମାତ୍ର ପ୍ରାର୍ଥୀ ହୋଇଥିଲେ । ଯାହାଦ୍ବାରା ସେ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏହାକୁ ବ୍ଲକ କୃଷିଅଧିକାରୀ ଶୁଭଦର୍ଶନୀ ବେହେରା, ପ୍ରାଣିସଂପଦ ଅଧିକାରୀ ମନୋଜକୁମାର ଶତପଥି,ସହକାରୀ ଉଦ୍ୟାନ ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତି ଓ ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ବେହେରା ପରିଚାଳନା କରିଥିଲେ । ଏହିଅବସରରେ କୃଷକମାନେ ନବନିର୍ବାଚିତ ଅଧ୍ୟକ୍ଷ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଯେପରି କୃଷକଙ୍କ ବିକାଶ ଘଟିବ ସେମାନେ ସମସ୍ତ ପ୍ରକାରର ସରକାରୀ ସୁବିଧା ପାଇପାରିବେ ସେଥିନେଇ ଉଦ୍ୟମ କରିବାର ଅଧ୍ୟକ୍ଷ ପଣ୍ଡା କହି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

