ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ଅଭିଯୁକ୍ତ ଗିରଫ

ବଡବିଲ,୨୨।୫(ସ୍ବ.ପ୍ର.)-ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବଡବିଲ ଥାନା ପୋଲିସ ବାକଲ ହଟିଂ ଅଞ୍ଚଳର ଏମଡି ଅଖତାର ଖାନଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି।
ପୋଲିସ କହିଛି, ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ସୋସିଆଲ ମିଡିଆରେ ଏକ ଭିଡିଓ ବଡବିଲ ଅଞ୍ଚଳରେ ଗୁରୁବାର ଭାଇରାଲ ହୋଇଥିଲା। ଏ ନେଇ ବଡବିଲ ଥାନାରେ କେସ ନଂ. ୭୬/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।