ନିରାଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିବ ବିଡିଏ: ଉଦ୍‌ଘାଟନ ପାଇଁ କୌଣସି ପ୍ରକଳ୍ପ ନାହିଁ

ଭୁବନେଶ୍ୱର,୧ା୯(ବ୍ୟୁରୋ):ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ସହ ସବୁଜିମାକୁ ବଜାୟ ରଖିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟ ବିଗତ ବର୍ଷଗୁଡ଼ିକରେ ଏନେଇ ବହୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। ସେହିପରି ଭୁବନେଶ୍ୱରକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ପ୍ରୟାସ କରାଯାଇଛି ସତ, କିନ୍ତୁ ଏଥିରେ ବେପରୁଆ କାର୍ଯ୍ୟ ଦେଖିବାକୁ ମିଳିଛି। ଗତବର୍ଷ ହକି ବିଶ୍ୱକପ୍‌ ସମୟରେ ହୋଇଥିବା ସହର ସୌନ୍ଦର୍ଯ୍ୟକରଣର ମାସେ ମଧ୍ୟରେ ଫୁଟପାଥରୁ ରଙ୍ଗ ଲିଭିଗଲା। କଳିଙ୍ଗନଗରରେ ହୋଇଥିବା ବର୍ଜ୍ୟବସ୍ତୁ ସଂଗ୍ରହାଳୟର ସ୍ଥିତି ଏବେ ନକହିବା ଭଲ। ସେହିପରି ସହରବାସୀଙ୍କୁ ଭଲ ବିଲ୍ଡିଂ ପ୍ଲାନ ଦେବା ବାହାନାରେ ଲକ୍ଷ ଲକ୍ଷ ଲୋକଙ୍କ ଘର କରିବା ସ୍ବପ୍ନ ନାଲି ଫିତା ତଳେ ବନ୍ଦ ହୋଇପଡ଼ିଛି। କୌଣସି ପ୍ର୍ରକଳ୍ପ ହେଉ ଅଥବା ବିକାଶମୂଳକ କାର୍ଯ୍ୟ, ଯାହାବି ବିଡିଏ ହାତକୁ ନେଇଛି ତା’ର ସଫଳ ରୂପାୟନ କରିପାରିନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ରବିବାର ବିଡିଏ ତା’ର ୩୭ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ହେଲେ ଚଳିତବର୍ଷ ଏହାକୁ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ବିଡିଏ ପାଖରେ ବର୍ତ୍ତମାନ ଉଦ୍‌ଘାଟନ କରିବା ଲାଗି କିଛି ପ୍ରକଳ୍ପ ନ ଥିବା ବେଳେ ପୁରୁଣା ଯୋଜନା ଓ ପ୍ରକଳ୍ପଗୁଡ଼ିକ ଅଧାପନ୍ତରିଆ ହୋଇ ଅଟକି ରହିଛି। ବିଡିଏ ଅନେକ ସ୍ବପ୍ନ ଦେଖାଇଥିବାବେଳେ ତା’ର କାର୍ଯ୍ୟଧାରା ଉପରେ ରାଜଧାନୀ ବାସିନ୍ଦା ଅନେକ ପ୍ରଶ୍ନ ଉଠାଇଛନ୍ତି।

ବସ୍‌ ଟର୍ମିନାଲ କୁଆଡ଼େ ଗଲା
ବରମୁଣ୍ଡାରେ ଅନ୍ତର୍ଜାତୀୟ ବସ୍‌ ଟର୍ମିନାଲ କରିବା ଲାଗି ବିଡିଏ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ୨୦୧୯ ମାର୍ଚ୍ଚ ମଧ୍ୟରେ ସାରିବାକୁ କହିଥିଲା। ଅନ୍ତର୍ଜାତୀୟ ତ ଛାଡ଼ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବେ ଗଁା ବସ୍‌ଷ୍ଟାଣ୍ଡରୁ ବି ହୀନ ହୋଇଗଲାଣି। ଖାଲି କଥାରେ ନୁହେଁ, ସହର ପାଇଁ ଟିକେ କାମ ବି କରିବା ଜରୁରୀ।
– ରାଧାଗୋବିନ୍ଦ ରାଉତରାୟ, ବରମୁଣ୍ଡା ବାସିନ୍ଦା

ଘର ପ୍ଲାନ୍‌ ଆପ୍ରୁଭ୍‌ କରିବାରେ ମାସ ମାସ ଲଗାଉଛନ୍ତି
ଘର ଲାଗି ଗୋଟିଏ ପ୍ଲାନ ଆଣିବାକୁ ହେଲେ ବାରମ୍ବାର ବିଡିଏ ଅଫିସ୍‌କୁ ଦୌଡ଼ିବାକୁ ପଡ଼ୁଛି। ତା ପରେ ବି ସେମାନଙ୍କୁ କିଛି ଫରକ ପଡ଼ୁନି। ଆମ ପ୍ଲାନ ସେମାନଙ୍କୁ ଭଲ ଲାଗୁନି କିମ୍ବା ସେମାନେ ମଧ୍ୟ କିଛି ନୂଆ ପ୍ଲାନ ଦେଉନାହାନ୍ତି। ବହୁ ଦିନ ଅଟକାଇ ରଖିବା ପରେ ଯେତେବେଳେ ଆମେ ଘର କରିବାକୁ ଯାଉଛୁ, ମଝିରେ ଆସି ବାଟ ଓଗାଳୁଛନ୍ତି।
– ସୁଶାନ୍ତ ରାଉତ, ବ୍ୟବସାୟୀ

ଉଚ୍ଛେଦ କରିବାରେ ବିଫଳ
ଘର ପାଚେରିକୁ ଲଗେଇ ପାନଦୋକାନ କରିଛନ୍ତି। ରାତି ଅଧଯାଏ ଖୋଲା ରହୁଛି, ଅଶ୍ଳୀଳ ଭାଷାରେ ମଦ ପିଇ ଲୋକେ ଗାଳିଗୁଲଜ କରୁଛନ୍ତି। ଦୋକାନ ଉଚ୍ଛେଦ କରିବାକୁ ବାରମ୍ବାର ଦରଖାସ୍ତ ଦେଲେ ବି କେହି ଆମ କଥା ଶୁଣିବାକୁ ନାରାଜ। ଯାହାକୁ ପଚାରିଲେ ସେ କହୁଛି ଅଞ୍ଚଳରେ କାମ କରୁଥିବା ବିଏମ୍‌ସି ଅଧିକାରୀଙ୍କୁ ଜଣାଅ, ତା ପରେ କାର୍ଯ୍ୟ ହେବ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।
– ପବିତ୍ର ବ୍ରହ୍ମପୁତ୍ର ନାୟକ,
ୟୁନିଟ-୪ ବାସିନ୍ଦା

ରକ୍ଷଣାବେକ୍ଷଣର ଅଭାବ
ବହୁ ପ୍ରକଳ୍ପର ଉଦ୍‌ଘାଟନ ବିଡିଏ କରୁଛି। ହେଲେ ତା’ର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିପାରୁନାହିଁ। ଉଦାହରଣ ସ୍ବରୂପ ପାର୍କରେ ଲାଗିଥିବା ଉପକରଣଠାରୁ ଆରମ୍ଭ କରି ହକି ବିଶ୍ୱକପ୍‌ ସମୟରେ ସହରରେ ଲାଗିଥିବା ‘ଆଇ ଲଭ୍‌ ଭୁବନେଶ୍ୱର’ର ବୋର୍ଡ ଯାଏ, ସବୁକୁ ଉଦ୍‌ଘାଟନ କରିଛନ୍ତି। ପରେ ତା’ର ଯତ୍ନ ନେବା କଥା ଆସିଲେ ବିଡିଏ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି।
– ବଳରାମ ବେହେରା,
ୟୁନିଟ-୬ ବାସିନ୍ଦା

 

-ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri