ନିରାଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିବ ବିଡିଏ: ଉଦ୍‌ଘାଟନ ପାଇଁ କୌଣସି ପ୍ରକଳ୍ପ ନାହିଁ

ଭୁବନେଶ୍ୱର,୧ା୯(ବ୍ୟୁରୋ):ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ସହ ସବୁଜିମାକୁ ବଜାୟ ରଖିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟ ବିଗତ ବର୍ଷଗୁଡ଼ିକରେ ଏନେଇ ବହୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। ସେହିପରି ଭୁବନେଶ୍ୱରକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ପ୍ରୟାସ କରାଯାଇଛି ସତ, କିନ୍ତୁ ଏଥିରେ ବେପରୁଆ କାର୍ଯ୍ୟ ଦେଖିବାକୁ ମିଳିଛି। ଗତବର୍ଷ ହକି ବିଶ୍ୱକପ୍‌ ସମୟରେ ହୋଇଥିବା ସହର ସୌନ୍ଦର୍ଯ୍ୟକରଣର ମାସେ ମଧ୍ୟରେ ଫୁଟପାଥରୁ ରଙ୍ଗ ଲିଭିଗଲା। କଳିଙ୍ଗନଗରରେ ହୋଇଥିବା ବର୍ଜ୍ୟବସ୍ତୁ ସଂଗ୍ରହାଳୟର ସ୍ଥିତି ଏବେ ନକହିବା ଭଲ। ସେହିପରି ସହରବାସୀଙ୍କୁ ଭଲ ବିଲ୍ଡିଂ ପ୍ଲାନ ଦେବା ବାହାନାରେ ଲକ୍ଷ ଲକ୍ଷ ଲୋକଙ୍କ ଘର କରିବା ସ୍ବପ୍ନ ନାଲି ଫିତା ତଳେ ବନ୍ଦ ହୋଇପଡ଼ିଛି। କୌଣସି ପ୍ର୍ରକଳ୍ପ ହେଉ ଅଥବା ବିକାଶମୂଳକ କାର୍ଯ୍ୟ, ଯାହାବି ବିଡିଏ ହାତକୁ ନେଇଛି ତା’ର ସଫଳ ରୂପାୟନ କରିପାରିନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ରବିବାର ବିଡିଏ ତା’ର ୩୭ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ହେଲେ ଚଳିତବର୍ଷ ଏହାକୁ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ବିଡିଏ ପାଖରେ ବର୍ତ୍ତମାନ ଉଦ୍‌ଘାଟନ କରିବା ଲାଗି କିଛି ପ୍ରକଳ୍ପ ନ ଥିବା ବେଳେ ପୁରୁଣା ଯୋଜନା ଓ ପ୍ରକଳ୍ପଗୁଡ଼ିକ ଅଧାପନ୍ତରିଆ ହୋଇ ଅଟକି ରହିଛି। ବିଡିଏ ଅନେକ ସ୍ବପ୍ନ ଦେଖାଇଥିବାବେଳେ ତା’ର କାର୍ଯ୍ୟଧାରା ଉପରେ ରାଜଧାନୀ ବାସିନ୍ଦା ଅନେକ ପ୍ରଶ୍ନ ଉଠାଇଛନ୍ତି।

ବସ୍‌ ଟର୍ମିନାଲ କୁଆଡ଼େ ଗଲା
ବରମୁଣ୍ଡାରେ ଅନ୍ତର୍ଜାତୀୟ ବସ୍‌ ଟର୍ମିନାଲ କରିବା ଲାଗି ବିଡିଏ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ୨୦୧୯ ମାର୍ଚ୍ଚ ମଧ୍ୟରେ ସାରିବାକୁ କହିଥିଲା। ଅନ୍ତର୍ଜାତୀୟ ତ ଛାଡ଼ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବେ ଗଁା ବସ୍‌ଷ୍ଟାଣ୍ଡରୁ ବି ହୀନ ହୋଇଗଲାଣି। ଖାଲି କଥାରେ ନୁହେଁ, ସହର ପାଇଁ ଟିକେ କାମ ବି କରିବା ଜରୁରୀ।
– ରାଧାଗୋବିନ୍ଦ ରାଉତରାୟ, ବରମୁଣ୍ଡା ବାସିନ୍ଦା

ଘର ପ୍ଲାନ୍‌ ଆପ୍ରୁଭ୍‌ କରିବାରେ ମାସ ମାସ ଲଗାଉଛନ୍ତି
ଘର ଲାଗି ଗୋଟିଏ ପ୍ଲାନ ଆଣିବାକୁ ହେଲେ ବାରମ୍ବାର ବିଡିଏ ଅଫିସ୍‌କୁ ଦୌଡ଼ିବାକୁ ପଡ଼ୁଛି। ତା ପରେ ବି ସେମାନଙ୍କୁ କିଛି ଫରକ ପଡ଼ୁନି। ଆମ ପ୍ଲାନ ସେମାନଙ୍କୁ ଭଲ ଲାଗୁନି କିମ୍ବା ସେମାନେ ମଧ୍ୟ କିଛି ନୂଆ ପ୍ଲାନ ଦେଉନାହାନ୍ତି। ବହୁ ଦିନ ଅଟକାଇ ରଖିବା ପରେ ଯେତେବେଳେ ଆମେ ଘର କରିବାକୁ ଯାଉଛୁ, ମଝିରେ ଆସି ବାଟ ଓଗାଳୁଛନ୍ତି।
– ସୁଶାନ୍ତ ରାଉତ, ବ୍ୟବସାୟୀ

ଉଚ୍ଛେଦ କରିବାରେ ବିଫଳ
ଘର ପାଚେରିକୁ ଲଗେଇ ପାନଦୋକାନ କରିଛନ୍ତି। ରାତି ଅଧଯାଏ ଖୋଲା ରହୁଛି, ଅଶ୍ଳୀଳ ଭାଷାରେ ମଦ ପିଇ ଲୋକେ ଗାଳିଗୁଲଜ କରୁଛନ୍ତି। ଦୋକାନ ଉଚ୍ଛେଦ କରିବାକୁ ବାରମ୍ବାର ଦରଖାସ୍ତ ଦେଲେ ବି କେହି ଆମ କଥା ଶୁଣିବାକୁ ନାରାଜ। ଯାହାକୁ ପଚାରିଲେ ସେ କହୁଛି ଅଞ୍ଚଳରେ କାମ କରୁଥିବା ବିଏମ୍‌ସି ଅଧିକାରୀଙ୍କୁ ଜଣାଅ, ତା ପରେ କାର୍ଯ୍ୟ ହେବ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।
– ପବିତ୍ର ବ୍ରହ୍ମପୁତ୍ର ନାୟକ,
ୟୁନିଟ-୪ ବାସିନ୍ଦା

ରକ୍ଷଣାବେକ୍ଷଣର ଅଭାବ
ବହୁ ପ୍ରକଳ୍ପର ଉଦ୍‌ଘାଟନ ବିଡିଏ କରୁଛି। ହେଲେ ତା’ର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିପାରୁନାହିଁ। ଉଦାହରଣ ସ୍ବରୂପ ପାର୍କରେ ଲାଗିଥିବା ଉପକରଣଠାରୁ ଆରମ୍ଭ କରି ହକି ବିଶ୍ୱକପ୍‌ ସମୟରେ ସହରରେ ଲାଗିଥିବା ‘ଆଇ ଲଭ୍‌ ଭୁବନେଶ୍ୱର’ର ବୋର୍ଡ ଯାଏ, ସବୁକୁ ଉଦ୍‌ଘାଟନ କରିଛନ୍ତି। ପରେ ତା’ର ଯତ୍ନ ନେବା କଥା ଆସିଲେ ବିଡିଏ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି।
– ବଳରାମ ବେହେରା,
ୟୁନିଟ-୬ ବାସିନ୍ଦା

 

-ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri