ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ ଦୂରତ୍ୱ ରଖାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସମେତ ଅଶୋକ କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ।