ନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନୟାଗଡ଼ ଅଫିସ,୬ା୨:ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ବାଣ୍ଠପୁର ପଞ୍ଚାୟତ ନାଣ୍ଡିଗିରି ଗଁାର ୩୦ ଅପାଠୁଆ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ନୟାଗଡ଼ ବ୍ଳକ ପାଣିପୋଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟ ପକ୍ଷରୁ ଏହି ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ସହ ରହିବା ଓ ଖାଇବା ଯୋଗାଇ ଦିଆଯିବ। ରବିବାର ସଂପୃକ୍ତ ଗଁାକୁ ମଦର ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନି ନନ୍ଦ ଯାଇ ଅଭିଭାବକ ଓ ୱାର୍ଡମ୍ବେରଙ୍କ ସହ ଆଲୋଚନା କରିଛନ୍ତି। ଆଦିବାସୀ ପିଲାମାନେ ମାଗଣାରେ ପଢ଼ିବା ନେଇ ଗଁାର ଲୋକମାନେ ଖୁସି ହୋଇଛନ୍ତି। ପ୍ରକାଶଯେ ଓଡଗଁା ବ୍ଳକର ଏହି ଆଦିବାସୀ ଅଧ୍‌ୟୁଷିତ ଗଁାକୁ ରାସ୍ତା ନାହିଁ। ବୁଢ଼ାବୁଢ଼ିଆଣି ଡ୍ୟାମ ଠାରୁ ୪ କମି ଗଲେ ପଡେ କାନଖାଇ ପାହାଡ। କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ୪ ଚିରସ୍ରୋତା ଝରଣା। ପାହାଡ ଉପରିଭାଗରେ କାନଖାଇ, ପରେ ହଳଶଗଡ, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁ ପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ। ଏହି ଝରଣା ଯୋଗୁ ନାଣ୍ଡିଗରି, ନିହଲପ୍ରସାଦ ପରି ଗଁା କିଛି ସୁଫଳ ପାଇବାକୁ ଯାଉଛନ୍ତି । ଏଣୁ କିଛି ବାଟ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।
ଏଭଳିସ୍ଥଳେ ନାଣ୍ଡିଗରିରେ ପ୍ରାଥମିକ ସ୍କୁଲ ନାହିଁ। ଗଁାର ପିଲମାନେ ଆଦୌ ସ୍କୁଲ ଦେଖି ନାହାନ୍ତି। ଗଁାରେ ୫୦ ପରିବାରର ୩୦୦ ଆଦିବାସୀ ଲୋକ ରୁହନ୍ତି। ବିଭନ୍ନ କ୍ଷେତ୍ରରେ ଉପେକ୍ଷିତ ଆଦିବାସୀଙ୍କ ପିଲେ ପାଠପଢ଼ାର ସ୍ବାଦ ଚାଖିବାକୁ ମାଗଣାରେ ପାଇବାକୁ ଯାଉଛନ୍ତି। ଏନେଇ ୱାର୍ଡମେମ୍ବର ଲକ୍ଷ୍ମୀଧର ମାଝି କୁହନ୍ତି ପିଲାମାନେ ମାଗଣାରେ ରହି ପାଠ ପଢ଼ିବାକୁ ଆଶ୍ୱସନା ଓ ପ୍ରତିଶ୍ରୁତି ମିଳିଛି । ଖବୁ ଶୀଘ୍ର ପିଲାମାନେ ପାଠ ପଢ଼ିବାକୁ ଯିବେବୋଲିି କହିଛନ୍ତି। ମଦର ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନି ନନ୍ଦ କୁହନ୍ତି, ଶୁଣିବାକୁ ପାଇଲି ନାଣ୍ଡିଗିରି ଗଁାର ପିଲମାନେ ଆଦୌ ପାଠ ପଢ଼ି ନାହାନ୍ତି। ଏଣୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ରବିବାର ଗଁାକୁ ଯାଇ ଆଲୋଚନା କରିଛି । ଗଁାର ୩୦ ପିଲା ଆସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଡିମିଶନ ହେବ। ଦେଖାଯିବ କେଉଁ ପିଲା କେଉଁ ଶ୍ରେଣୀରେ ପଢ଼ିଲେ ଠିକ ହେବ। ସେମାନେ ଶିକ୍ଷିତ ହେବା ଦରକାର ବୋଲି କହିଛନ୍ତି ା