ନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନୟାଗଡ଼ ଅଫିସ,୬ା୨:ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ବାଣ୍ଠପୁର ପଞ୍ଚାୟତ ନାଣ୍ଡିଗିରି ଗଁାର ୩୦ ଅପାଠୁଆ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ନୟାଗଡ଼ ବ୍ଳକ ପାଣିପୋଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟ ପକ୍ଷରୁ ଏହି ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ସହ ରହିବା ଓ ଖାଇବା ଯୋଗାଇ ଦିଆଯିବ। ରବିବାର ସଂପୃକ୍ତ ଗଁାକୁ ମଦର ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନି ନନ୍ଦ ଯାଇ ଅଭିଭାବକ ଓ ୱାର୍ଡମ୍ବେରଙ୍କ ସହ ଆଲୋଚନା କରିଛନ୍ତି। ଆଦିବାସୀ ପିଲାମାନେ ମାଗଣାରେ ପଢ଼ିବା ନେଇ ଗଁାର ଲୋକମାନେ ଖୁସି ହୋଇଛନ୍ତି। ପ୍ରକାଶଯେ ଓଡଗଁା ବ୍ଳକର ଏହି ଆଦିବାସୀ ଅଧ୍‌ୟୁଷିତ ଗଁାକୁ ରାସ୍ତା ନାହିଁ। ବୁଢ଼ାବୁଢ଼ିଆଣି ଡ୍ୟାମ ଠାରୁ ୪ କମି ଗଲେ ପଡେ କାନଖାଇ ପାହାଡ। କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ୪ ଚିରସ୍ରୋତା ଝରଣା। ପାହାଡ ଉପରିଭାଗରେ କାନଖାଇ, ପରେ ହଳଶଗଡ, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁ ପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ। ଏହି ଝରଣା ଯୋଗୁ ନାଣ୍ଡିଗରି, ନିହଲପ୍ରସାଦ ପରି ଗଁା କିଛି ସୁଫଳ ପାଇବାକୁ ଯାଉଛନ୍ତି । ଏଣୁ କିଛି ବାଟ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।
ଏଭଳିସ୍ଥଳେ ନାଣ୍ଡିଗରିରେ ପ୍ରାଥମିକ ସ୍କୁଲ ନାହିଁ। ଗଁାର ପିଲମାନେ ଆଦୌ ସ୍କୁଲ ଦେଖି ନାହାନ୍ତି। ଗଁାରେ ୫୦ ପରିବାରର ୩୦୦ ଆଦିବାସୀ ଲୋକ ରୁହନ୍ତି। ବିଭନ୍ନ କ୍ଷେତ୍ରରେ ଉପେକ୍ଷିତ ଆଦିବାସୀଙ୍କ ପିଲେ ପାଠପଢ଼ାର ସ୍ବାଦ ଚାଖିବାକୁ ମାଗଣାରେ ପାଇବାକୁ ଯାଉଛନ୍ତି। ଏନେଇ ୱାର୍ଡମେମ୍ବର ଲକ୍ଷ୍ମୀଧର ମାଝି କୁହନ୍ତି ପିଲାମାନେ ମାଗଣାରେ ରହି ପାଠ ପଢ଼ିବାକୁ ଆଶ୍ୱସନା ଓ ପ୍ରତିଶ୍ରୁତି ମିଳିଛି । ଖବୁ ଶୀଘ୍ର ପିଲାମାନେ ପାଠ ପଢ଼ିବାକୁ ଯିବେବୋଲିି କହିଛନ୍ତି। ମଦର ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନି ନନ୍ଦ କୁହନ୍ତି, ଶୁଣିବାକୁ ପାଇଲି ନାଣ୍ଡିଗିରି ଗଁାର ପିଲମାନେ ଆଦୌ ପାଠ ପଢ଼ି ନାହାନ୍ତି। ଏଣୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ରବିବାର ଗଁାକୁ ଯାଇ ଆଲୋଚନା କରିଛି । ଗଁାର ୩୦ ପିଲା ଆସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଡିମିଶନ ହେବ। ଦେଖାଯିବ କେଉଁ ପିଲା କେଉଁ ଶ୍ରେଣୀରେ ପଢ଼ିଲେ ଠିକ ହେବ। ସେମାନେ ଶିକ୍ଷିତ ହେବା ଦରକାର ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri