ନିଯୁକ୍ତି ପାଇଁ ବିଧାନସଭା ଘେରିବେ ଛାତ୍ରୀଛାତ୍ର

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାର ରଗଡିସ୍ଥିତ ଏକମାତ୍ର ସରକାରୀ ପଲିଟେକନିକ (ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ)ର ଛାତ୍ରୀଛାତ୍ରମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ଛାତ୍ରୀଛାତ୍ରମାନେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ମୁଖ୍ୟମନ୍ତ୍ରୀ, ଶିଳ୍ପ ବିଭାଗ ସଚିବ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୧୪ରୁ ୨୦୨୦ ମଧ୍ୟରେ ସରକାରୀ ପଲିଟେକନିକରେ କଳିଙ୍ଗନଗର ଟାଟାଷ୍ଟିଲ କୌଣସି କ୍ୟାମ୍ପସ କରୁ ନ ଥିବା ଅଭିଯୋଗ କରି ଆଗାମୀ ଦିନରେ ଟାଟା ଷ୍ଟିଲ ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ମାରକପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଯୁବପିଢିଙ୍କ ମଧ୍ୟରେ ପ୍ରଯୁକ୍ତି ଓ ଯାନ୍ତ୍ରିକ ବିଦ୍ୟାରେ ଦକ୍ଷତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ କଡ଼ ରଗଡି ନିକଟରେ ୨୦୧୪ ମସିହାରେ ସରକାରୀ ପଲିଟେକନିକ ପ୍ରତିଷ୍ଠା ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଆଖି ଆଗରେ ରଖି ୧୦ଏକର ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ତେବେ ଆରମ୍ଭରୁ ଟାଟା ଷ୍ଟିଲ ଏହି ସରକାରୀ କଲେଜର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉନାହିଁ। ଅନ୍ୟ କେତେକ କମ୍ପାନୀ ଏଠାରେ କ୍ୟାମ୍ପସ ପକାଇ ନିଯୁକ୍ତି ଦେଉଥିଲେ ହେଁ ଟାଟା ଭଳି ବୃହତ କମ୍ପାନୀ ଏଥିପ୍ରତି ଆଖିବୁଜି ଦେଇଛି। ଯାହାକି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ବିଚଳିତ କରିଛି। ତେଣୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ଛାତ୍ରୀଛାତ୍ର ଗ୍ରହଣ କରି ନେଇଛନ୍ତି। ଏନେଇ ପୂର୍ବରୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ ବୋଲି ଛାତ୍ରୀଛାତ୍ରମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ଦ୍ରୁତ ବିକାଶ ଆଳରେ ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଏହାର ଫଇଦା ଉଠାଇବାକୁ ଯାଇ କମ୍ପାନୀ କର୍ତ୍ତୃପକ୍ଷ କୃଷି ଓ ସ୍ଥାନୀୟ ନିଯୁକ୍ତି ପ୍ରତି ଅବହେଳା କରିବାରେ ଲାଗିଛନ୍ତି। ତାହାର ପ୍ରଭାବ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ଯାହା ହେଉନା କାହିଁକି ଶିଳ୍ପ କବଳିତ ଯାଜପୁର ଜିଲାରେ କିନ୍ତୁ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ମନମାନିକୁ ବିରୋଧ କରିବାର ସାହାସ ଜୁଟାଇ ପାରୁ ନ ଥିବା ଶାସକ ଦଳ ବିଜେଡି ସମେତ ଭାଜପା ଓ କଂଗ୍ରେସ ଦଳର ନେତାଏ ଏବେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ଆସ୍ଥା ଓ ବିଶ୍ୱାସ ହରାଇବାକୁ ବସିଛନ୍ତି। ବିଶେଷ କରି ସରକାରଙ୍କ ଶିଳ୍ପପ୍ରୀତିକୁ ନେଇ ବିଭିନ୍ନ କମ୍ପାନୀ ବିରୋଧରେ ଦେଖାଦେଇଥିବା ସରକାର ବିରୋଧୀ ଆଭିମୁଖ୍ୟ ଆଗାମୀ ଦିନରେ ଏହି ଅଞ୍ଚଳର ରାଜନୀତିକୁ ବହୁଳ ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ବୋଲି ସରକାରୀ ପଲିଟେକନିକର ଛାତ୍ରୀଛାତ୍ରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ବାରି ହେଉଛି। ଏ ସଂକ୍ରାନ୍ତରେ ଭାରରପ୍ରାପ୍ତ ଜିଲାପାଳ ନିରଞ୍ଜନ ନାୟକଙ୍କୁ ପଚାରିବାରେ, ସରକାରୀ ପଲିଟେକନିକ୍‌ର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଛାତ୍ରୀଛାତ୍ରଙ୍କ ନିଯୁକ୍ତି ପାଇଁ କ୍ୟାମ୍ପସ କରାଯିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri