ନିମ୍ନମାନର କାର୍ଯ୍ୟ : ଗହୀର ମଝିରେ ଭାଙ୍ଗିପଡ଼ିଲା ୮ ବିଦ୍ୟୁତ୍‌ ଖୁଣ୍ଟ

ବାଲିଆ,୨୭।୭: ଫନୀ ବାତ୍ୟା ପରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଆଦି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ କିପରି ନିମ୍ନମାନର ହୋଇଛି ତାହାର ଉଦାହରଣ ଦେଖିବାକୁ ମିଳିଛି ରଘୁନାଥପୁର ବିଦ୍ୟୁତ୍‌ ସେକ୍ସନ ଅଧୀନ ମାଣପୁରରେ। ଏହି ଗଁାର ଗହୀର ମଝିରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ୮ଟି ଖୁଣ୍ଟ ଭାଙ୍ଗିଯାଇଛି। ଏଥିସହ ତାରଗୁଡିକ ଛିଣ୍ଡି ଏଣେତେଣେ ପଡିଛି। ଫଳରେ ୨ଦିନ ହେଲା ବିରିଡ଼ି ବ୍ଲକର ଅରଣା, ମାଳିଅଞ୍ଚ, ଗୋଠପଦା, ପାଇକରାବାଟି, ବଡ଼ଖଣ୍ଡାୟତା, ବେଲେଶ୍ୱରପୁର, ଗଡମା ବଜାର ସମେତ କଟକ ସଦର ବ୍ଲକର ବୋଧପୁର, ପାଇକଣ, ନାନପୁର, ମାଣପୁର, ସରପୁର, ସିଉଳି ଆଦି ମୌଜା ଅନ୍ଧାରରେ ରହିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏ ବାବଦରେ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ସେସୁ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇ ବାତ୍ୟା ପରେ ଉକ୍ତ ଅଞ୍ଚଳରେ ଖୁଣ୍ଟ ପକାଯାଇ ୧୧ କେଭି ତାର ଟଣାଯାଇଥିଲା। ମାତ୍ର ଖୁଣ୍ଟ ପୋତାଯିବା ବେଳେ ଠିକାଦାର, ଯନ୍ତ୍ରୀ ଓ ଅଧିକାରୀଙ୍କ ସଲାସୁତରା ଯୋଗୁ ଠିକ୍‌ ଭାବେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଅଳ୍ପ ଗାତ ଖୋଳି ଖୁଣ୍ଟ ପୋତାଯାଇଥିବା ବେଳେ ଖୁଣ୍ଟ ମୂଳ ଢଳେଇ କରାଯାଇ ନ ଥିଲା। ବେପରୁଆ ଭାବେ ଏଭଳି କାର୍ଯ୍ୟ କରାଯାଇଥିବାରୁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭଙ୍ଗା ଖୁଣ୍ଟଗୁଡିକ ଗହିର ମଧ୍ୟରେ ପଡିରହିଥିବା ବେଳେ ପୁଣି ଥରେ ବିଭାଗ ପକ୍ଷରୁ ଅନ୍ୟ ଜଣେ ଠିକାଦାରଙ୍କୁ ଧରି ଅଲଗା ବାଟ ଦେଇ ୧୧ କେଭି ତାର ଟାଣିବାକୁ ଉଦ୍ୟମ ଚାଲିଛି। ତେବେ ନୂତନ ଭାବେ ପୋତାଯାଉଥିବା ଖୁଣ୍ଟର ସ୍ଥାୟୀତ୍ୱକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। କାରଣ ଏହି ଖୁଣ୍ଟ ମଧ୍ୟ ଠିକ୍‌ ଭାବେ ପୋତାଯାଉ ନାହିଁ କି ମୂଳ ଢଳେଇ କରାଯାଉନାହିଁ। ଏ ସମ୍ପର୍କରେ ରଘୁନାଥପୁର ସେସୁ କନିଷ୍ଠ ଯନ୍ତ୍ରୀ ଭବାନି ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେଉଁ ବାଟ ଦେଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା ବର୍ଷା ଯୋଗୁ ସେ ବାଟେ ବିଦ୍ୟୁତ ତାର ଟାଣିବା ସମ୍ଭବ ହେଉନାହିଁ। ତେଣୁ ବାଧ୍ୟହୋଇ କଟକ ପାରାଦୀପ ରାସ୍ତା କଡରେ ଖୁଣ୍ଟ ପକାଇ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଯୋଜନା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri