Posted inଜାତୀୟ

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଥିଲା। ଏହାର ସତ୍ୟାସତ୍ୟ ଅଦ୍ୟାବଧି ସାମ୍‌ନାକୁ ଆସି ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଖବର ପ୍ରକାଶ ପାଇଛି। ଆଇଏଏଫ୍‌ ପାକିସ୍ତାନୀ ଯୁଦ୍ଧବିମାନକୁ ଜବାବ ଦେବାକୁ ଯାଇ ଭୁଲବଶତଃ ନିଜର ଏକ ହେଲିକପ୍ଟରକୁ ଖସାଇ ଦେଇଥିଲା। ଏଥିରେ ୬ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ହେଲେ ଏହି ସତକୁ ସେତେବେଳେ ଚପାଇ ରଖାଯାଇଥିଲା। ଏବେ ନିର୍ବାଚନ ଶେଷ ହେବାପରେ ଏହା ଲୋକଲୋଚନକୁ ଆସିଛି, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ପରାକ୍ରମକୁ ଭାଜପା ନିର୍ବାଚନୀ ମୁଦ୍ଦା କରି ବିପୁଳ ବିଜୟ ହାସଲ କଲା। ଭାରତର ଅଖଣ୍ଡତା ଓ ଆତଙ୍କବାଦକୁ ନେଇ ସାଲିସ୍‌ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଭାଜପା ନେତାମାନେ ବିଭିନ୍ନ ନିର୍ବାଚନ ର଼୍ୟାଲିରେ କହି ଭୋଟରଙ୍କୁ ପ୍ରଭାବିତ କଲେ। ସେନାକୁ ନିର୍ବାଚନ ପ୍ରଚାରରେ ସାମିଲ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଲେ। ନିର୍ବାଚନ ଆଚ୍ଚରଣ ବିଧି ଉଲ୍ଲଂଘନ କଥା ମଧ୍ୟ ଉଠିଲା। ନିର୍ବାଚନ କମିଶନ ମଧ୍ୟ ଏଥିରୁ ବିରତ ରହିବାକୁ କହିଲେ। ହେଲେ ଶେଷ ପର୍ଯ୍ୟନ୍ତ ପ୍ରଚାରରେ ସେନାକୁ ସାମିଲ କରାଗଲା। ଭାଜପା ନେତୃତ୍ୱାଧୀନ ସରକାରରେ ସେନା ସଫଳତାକୁ ନେଇ ଡିଣ୍ଡିମ ପିଟାଯିବା ପରେ ବିପୁଳ ଜନାଦେଶ ସରକାର ସପକ୍ଷରେ ଆସିଲା। ହେଲେ ବାଲାକୋଟ ଆକ୍ରମଣ ବେଳେ ଘଟିଥିବା ସତକୁ ଲୁଚାଇ ରଖାଗଲା। ଆଗକୁ ନିର୍ବାଚନ ଥିବାରୁ ଏହା ଫଳାଫଳକୁ ପ୍ରଭାବିତ କରିବ ଜାଣି ସର୍ବସମ୍ମୁଖକୁ ଅଣାଯାଇ ନ ଥିଲା। ତେବେ ପ୍ରଶ୍ନ ଉଠୁଛି ଏତେବଡ଼ ସତକୁ ଲୁଚାଯାଇଥିଲା କାହିଁକି। ଲୋକଙ୍କ ମାନସିକତା ଉପରେ ଏହା ଏକ ମସ୍ତ ବଡ଼ ଆଘାତ୍‌ ନୁହେଁ କି। ଏହା ସରକାରଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରୁନି କି।
ପୁଲ୍‌ଓ୍ବାମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଆକ୍ରମଣ କରି ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟାଇଥିବାବେଳେ ଏହାର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଫେବୃୟାରୀ ୨୬ରେ ପିଓକେର ବାଲାକୋଟ୍‌ସ୍ଥିତ ଜେଇଏମ୍‌ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ବାୟୁସେନା ପକ୍ଷରୁ ସେଠାରେ ଆକାଶମାର୍ଗରୁ ଘନଘନ ବୋମାମାଡ଼ କରାଯାଇଥିଲା। ସୀମାରେ ଯୁଦ୍ଧସମ ପରିସ୍ଥିତି ଦେଖାଦେଇଥିଲା। ତା’ ପରଦିନ ଭାରତୀୟ ବାୟୁସେନା ପକ୍ଷରୁ ଏକ ମସ୍ତ ବଡ଼ ଭୁଲ ହୋଇଥିଲା। ଭାରତୀୟ ବାୟୁସେନା ଜମ୍ମୁ-କଶ୍ମୀରର ବଡ଼ଗାମ୍‌ଠାରେ ନିଜର ଏକ ହେଲିକପ୍ଟରକୁ ଶତ୍ରୁପକ୍ଷର ଭାବି ଖସାଇ ଦେଇଥିଲା। ଏଥିରେ ଥିବା ୬ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ରହସ୍ୟ ହୋଇ ରହିଥିବା ସତ୍ୟ ଏବେ ପଦାକୁ ଆସିବା ପରେ ପ୍ରତିକ୍ରିୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ଏଥିଲାଗି ଦାୟୀ କରାଯାଇ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା କଥା ଉଠୁଛି। ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri