ନିଜ ହାତ ପାପୁଲି କାଟିଦେଲେ ଯୁବକ

ଦିଗପହଣ୍ଡି,୨୩ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ପି. ସମେଶ୍ୱର ନାମକ ଜଣେ ଯୁବକ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବାମହାତ ପାପୁଲିକୁ କାତିରେ କାଟି ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥାରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମେଶ୍ୱର ଜଣେ ମାନସିକ ଅନଗ୍ରସର ବ୍ୟକ୍ତି ଓ ସେ ମାନସିକ ଭାରସାମ୍ୟ ହରାଇ ଏଭଳି କରିଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି।