ବଲାଙ୍ଗୀର,୧୬।୧: ସ୍ତ୍ରୀଙ୍କୁ ବିକିଦେଲେ ସ୍ବାମୀ। ଏଭଳି ଘଟଣା ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁରୁ ସାମ୍ନକୁ ଆସିଛି। ଗାଁର ପ୍ରେମା ମହାନନ୍ଦ ସ୍ତ୍ରୀଙ୍କୁ ସାତ ବର୍ଷ ତଳେ ମୁମ୍ବାଇର ଏକ ପରିବାର ପାଖରେ ବିକ୍ରି କରିଦେଇଥିଲେ। ପରେ ସେହି ପରିବାର ତାଙ୍କୁ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୁବାଇରୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଝିଅକୁ ଉଦ୍ଧାର କରିବା ପାଇଁ ମହିଳାଙ୍କ ବାପା, ମାଆ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।