Posted inଖେଳ

ନିଜ ରେକର୍ଡ ଭାଙ୍ଗିଲେ ଜନସନ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର ଏହି ଆଥ୍‌ଲେଟ ନେଦରଲାଣ୍ଡ୍ସର ନିଜମେଜେନ ସହରେ ଅନୁଷ୍ଠିତ ନେକ୍ସଟ ଜେନେରେଶନ ଆଥଲେଟିକ୍ସ ମିଟ୍‌ରେ ଅଂଶଗ୍ରହଣ କରିଥିଲେ। ଶନିବାର ୮୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରି ୩:୩୭.୬୨ ଟାଇମିଂରେ ସେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ଏଥି ସହିତ ସେ ପୂର୍ବରୁ ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩:୩୭.୮୬ ଟାଇମିଂରେ କରିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଇଭେଣ୍ଟରେ ଅଜୟ କୁମାର ସରୋଜ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ୩:୪୦.୩୯ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଅନ୍ୟପକ୍ଷରେ ପି.ୟୁ ଚିତ୍ରା ୪:୧୩.୫୨ ଟାଇମିଂରେ ମହିଳା ଇଭେଣ୍ଟ ଜିତିଥିଲେ। କୌଣସି ଆଥଲେଟ୍‌ ଜାତୀୟ ରେକର୍ଡ ପ୍ରତିଷ୍ଠା କଲେ ତାଙ୍କର ଡୋପ୍‌ ଟେଷ୍ଟର ଆବଶ୍ୟକତା ରହିଛି। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏ ସମ୍ପର୍କରେ ଯାହା ନିଷ୍ପତ୍ତି ନେବ। ୨୮ ବର୍ଷୟ ଜନସନ ମଙ୍ଗଳବାର ସ୍ବିଡେନରେ ଏକ ଇଭେଣ୍ଟରେ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri