ନିଜ ମାତୃଭାଷା ସ୍ବର୍ଗଠାରୁ ମହାନ

ପୁରୀ ଅଫିସ, ୧୨ା୧: ଆଦିକବି ସାରଳା ଦାସ ସମ୍ମିଳନୀ ଅବସରରେ ଶ୍ରୀକ୍ଷେତ୍ରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରୁ ମାଉସୀମା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। ଉପଜିଲାପାଳ ଭବତାରଣ ସାହୁ ଓ ଟ୍ରାଫିକ ଡିଏସ୍‌ପି ଏମ୍‌. ଶତପଥୀ ଉଦ୍‌ଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ର, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଗବେଷକ, ସାହିତି୍ୟକ, ଭାଷାପ୍ରେମୀ ଯୋଗ ଦେଇଥିଲେ। ଏକ ବୌଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ ପରିଚାଳକ ବିଶ୍ୱନାଥ ଶତପଥୀ, ସନ୍ଥ, ରାମଚରଣ ଦାସ, ଗବେଷକ ନରେଶ ଦାଶ, ଗୀତିକାର ବଦ୍ରି ମିଶ୍ର, ସାହିତି୍ୟକ ବିପିନ ବିହାରୀ ଦଲାଇ, ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ସାମାଜିକ କର୍ମୀ ଗୀତାଞ୍ଜଳି ପଣ୍ଡା, ଜୟନ୍ତୀ ମହାପାତ୍ର, ଦେବୀ ନନ୍ଦ, ବ୍ରଜବନ୍ଧୁ ମହାରଣା, କିନ୍ନର ମହାସଂଘ ସଭାପତି ଦେବକୀ କିନ୍ନର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିବା ପରେ ଏହାର ଗୌରବ ବୃଦ୍ଧି ପାଇଛି। ଭାଷାକୁ ନେଇ ଏକ ଜାତି ଗର୍ବ ଅନୁଭବ କରେ। ନିଜ ମାଟି ଓ ମାତୃଭାଷା ହେଉଛି ସ୍ବର୍ଗଠାରୁ ମଧ୍ୟ ମହାନ। ନିଜକୁ ଜଣେ ଓଡ଼ିଆ ବୋଲି ଗର୍ବ କର। ଓଡ଼ିଶାର କଳା ସଂସ୍କୃତି ସ୍ଥାପ୍ଯଯ, ଭାସ୍କଯର୍‌ୟ ବିଶ୍ୱରେ ଉତ୍କଷତା ଲାଭ କରିଛି । ଭାଷା ବଞ୍ଚତ୍ଲେ, ସମାଜ ବଞ୍ଚତ୍ବ ବୋଲି ମତପ୍ରକାଶ ପାଇଥିଲେ। ଛାତ୍ରୀଛାତ୍ରମାନେ ହାତରେ ପ୍ଳାକାର୍ଡ ଧରି ବିିଭିନ୍ନ ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ବରିଷ୍ଠ ଖବରଦାତା ରଞ୍ଜିତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।