ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି ।

ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁ । ତାଙ୍କ ପୁଅ ଲୋକେଶ ଦିଲ୍ଲୀର ଏକ କମ୍ପାନୀରେ ସଫ୍ଟଓ୍ବୋର ଇଞ୍ଜିନିୟର ଭାବେ କାମ କରୁଥିଲେ । ଲକ୍‌ଡାଉନ ଯୋଗୁ ସେଠାକାର କମ୍ପାନୀ ବନ୍ଦ ହୋଇଯାଇଥିଲା । ତଥାପି ଫେରିବାର ଉପାୟ ନ ଥିବାରୁ ଲୋକେଶ ସେଠାରେ ବହୁଦିନ ଅଟକି ରହିଥିଲେ । କଟକଣା କେହଳ ହେବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଫଳରେ ଲୋକେଶ ଦିଲ୍ଲୀରୁ ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ସୋମବାର ପହଞ୍ଚତ୍ଥିଲେ । ସେଠାରୁ ଗାଡ଼ିରେ ନିଜ ଗାଁକୁ ଫେରିଥିଲେ । ହେଲେ ଏତେଦିନ ପରେ ପୁଅ ଘରକୁ ଫେରିଥିଲେ ମଧ୍ୟ ସରପଞ୍ଚ ମାଆ ନନ୍ଦିତା ତିଳେମାତ୍ର ଭାବବିହ୍ବଳ ହୋଇ ନ ଥିଲେ । ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସେ ପାଳନ କରିଥିଲେ । ରାଜ୍ୟ ବାହାରକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପରି ନିଜ ପୁଅ ଲୋକେଶଙ୍କୁ ସେ ଓଲମା ଗାଁ ରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖିବାକୁ ପରାମର୍ଶ ଦେଇଥିଲେ । ପୁଅ ଲୋକେଶ ବି ମାଆଙ୍କ କଥାକୁ ମାନି ଏବେ ପ୍ରବାସୀ ଶ୍ରମିକଙ୍କ ପରି ସେହି ସେଣ୍ଟରରେ ରହୁଛନ୍ତି । ସେଠାରେ ସମସ୍ତଙ୍କ ପାଇଁ ଯେଉଁ ଖାଦ୍ୟ ମିଳୁଛି ତାକୁ ଖାଉଛନ୍ତି । ଲୋକେଶଙ୍କ ସହିତ ଆସିଥିବା ତାଙ୍କର ୨ ଜଣ ସାଙ୍ଗ ମଧ୍ୟ ସେହି ସେଣ୍ଟରରେ ରହୁଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରର ଅବଧି ସରିବା ପରେ ସମସ୍ତେ ଘରକୁ ଫେରି ହୋମ୍‌କ୍ୱାରାଣ୍ଟାଇନରେ ରହିବେ ବୋଲି କହିଛନ୍ତି । ଏ ନେଇ ଲୋକେଶ କହିଛନ୍ତି, ମୋ ମାଆ ଜଣେ ସରପଞ୍ଚ ହିସାବରେ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ମୁଁ ଗର୍ବିତ । କାରଣ ମୁଁ ମଧ୍ୟ ଦିଲ୍ଲୀରୁ ଆସିଛି । ନିୟମ ଅନୁସାରେ ସେ ମୋତେ କ୍ୱାରାଣ୍ଟାଇନ ସେଣ୍ଟରେ ରଖିଛନ୍ତି । ରାଜ୍ୟ ସରକାର ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାକୁ ସମ୍ମାନ ଜଣେଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri