ନିଜ ପକେଟ ଗରମରେ ବ୍ୟସ୍ତ ଅବକାରୀ କର୍ମଚାରୀ: ରାଜସ୍ବ ଆଦାୟକୁ ଧ୍ୟାନ ନାହିଁ, ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହେଉନି

ଜଗତ୍‌ସିଂହପୁର ଅଫିସ,୨୬ା୭ : ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ବେଆଇନ ମାଦକ ଦ୍ରବ୍ୟ କାରବାର ବଢିଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ନିଜ ପକେଟ ଗରମ କରୁଥିବାବେଳେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଯାହାକି ୨୦୧୮-୧୯ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ରାଜସ୍ବ ପରିମାଣରୁ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗକୁ ଦେଇଥିବା ରାଜସ୍ବ ଆଦାୟର ଲକ୍ଷ୍ୟ(ଟାର୍ଗେଟ୍‌)ର ମାତ୍ର ୪୧.୧୯% ପୂରଣ ହୋଇଛି। କେବଳ ରାଜସ୍ବ ନୁହେଁ, ଜନ ସଚେତନତା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ। କେବଳ ଉପରଠାଉରିଆ ଭାବେ ସବୁ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି।
ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜିଲା ଅବକାରୀ ବିଭାଗକୁ ୨୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟର ଲକ୍ଷ୍ୟ ଦିଆଯାଇଥିଲା। କିନ୍ତୁ ରାଜସ୍ବ ଆଦାୟ ହୋଇଥିଲା ୧୬,୯୪,୬୨,୦୮୬ ଟଙ୍କା, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୭୮.୮୧%। ତେଣୁ ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଧାର୍ଯ୍ୟଲକ୍ଷ୍ୟ ୧୮ କୋଟି ଟଙ୍କାକୁ କମାଇ ଦିଆଯାଇଥିଲା। ଆଶା ଥିଲା ଏହି ଲକ୍ଷ୍ୟ ପୂରଣ ହୋଇଯିବ। କିନ୍ତୁ ଯାହା ରାଜସ୍ବ ଆଦାୟ ହୋଇଛି ତାହା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇ ଦେଇଛି। କାରଣ ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ ମଧ୍ୟ ଆଦାୟ ହୋଇପାରିନି। ମାତ୍ର ୭,୪୧,୪୯,୧୯୦ ଟଙ୍କା ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୧.୧୯% ପୂରଣ ହୋଇଛି। ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। କୁହାଯାଉଛି ପୋଲିସ ଓ ଅବକାରୀ ବିଭାଗର ଅଧାଧୁ କର୍ମଚାରୀମାନେ ଏଥିପାଇଁ ଦାୟୀ। ସେମାନଙ୍କ ପ୍ରୋତ୍ସାହନରେ ବେଆଇନ୍‌ ମାଦକ ଦ୍ରବ୍ୟ କାରବାର ଚାଲିଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ଜିଲାରେ ବେଆଇନ୍‌ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ଏପରି କି ବ୍ରାଉନ ସୁଗାର କାରବାର କାୟା ମେଲିଛି। କିନ୍ତୁ ବିଭାଗ ପକ୍ଷରୁ ମଝିରେ ମଝିରେ ଉପରଠାଉରିଆ ଚଢାଉ କରାଯାଉଛି। ଚୋରା ବ୍ୟବସାୟୀଙ୍କଠାରୁ ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ମାତ୍ରାଧିକ ଅନୁକମ୍ପା ଦେଖାଉଛନ୍ତି। ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ଅସାଧୁ କର୍ମଚାରୀମାନେ ଚୋରା ମାଦକଦ୍ରବ୍ୟ କାରବାରରେ ପରୋକ୍ଷରେ ସମ୍ପୃକ୍ତ ରହୁଛନ୍ତି। ଏହା ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ନୀରବ ରହୁଛନ୍ତି। ଏହାବାଦ୍‌ ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ସେ ସମ୍ପର୍କରେ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଧାର୍ଯ୍ୟ ମାମଲା ସଂଖ୍ୟା ପୂରଣ ପାଇଁ ନିର୍ଦ୍ଦେଶ ରହିଛି। ତେବେ କୌଶଳ କ୍ରମେ ଅଧିକାରୀମାନେ ଏହି ଲକ୍ଷ୍ୟ ପୂରଣରେ ସଫଳ ହେଉଛନ୍ତି। ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ କୋହଳ ମାମଲା ରୁଜୁ କରାଯାଉଛି। ଏହା ଦ୍ୱାରା ମାମଲା ସଂଖ୍ୟା ପୂରଣ ହେବା ସହ ଅଭିଯୁକ୍ତ ସହଜରେ ଜାମିନ ପାଉଛନ୍ତି। ଜାମିନ ମିଳିଗଲା ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାରେ ଅସୁବିଧା ହେଉନି। କାରଣ ବିଭାଗୀୟ ଅଧିକାରୀମାନେ କୋର୍ଟରେ କୋହଳ ଚାର୍ଜସିଟ୍‌ ଦାଖଲ କରୁଛନ୍ତି ଓ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ ହେଉଛନ୍ତି। ଅନେକ ସମୟରେ ବିଭାଗୀୟ ଅଧିକାରୀମାନେ ମିଛ ଗିରଫ ଦର୍ଶାଇ ଲୋକଙ୍କୁ ଭକୁଆ ବନାଉଛନ୍ତି। ଯେତେବେଳେ ଜନ ଅସନ୍ତୋଷ ଦାନାବାନ୍ଧୁଛି, ସେତେବେଳେ ଅଧିକାରୀମାନେ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ଥିବା କହି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଏହି ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଦରମା ଓ ଆନୁସଙ୍ଗିକ ସୁବିଧା ପାଉଥିଲେ ମଧ୍ୟ ସରକାରଙ୍କ ସହ ବିଶ୍ୱାସଘାତ କରୁଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଲା ପୋଲିସ କୌଣସି ମାମଲା କଲେ ପ୍ରିଲିମିନାରୀ ସାର୍ଜସିଟ୍‌ ଦିଏ। ଶେଷରେ ଫାଇନାଲ ଚାର୍ଜସିଟ୍‌ ଦେଇଥାଏ। କିନ୍ତୁ ଅବକାରୀ ବିଭାଗ ଥରକରେ ଫାଇନାଲ ଚାର୍ଜସିଟ୍‌ ଦେଇଥାଏ। ଯେହେତୁ ୬ ମାସ ଭିତରେ ସାର୍ଜସିଟ୍‌ ଦେବାକୁ ପଡୁଛି, ତେଣୁ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏ ବାଟରେ ମଧ୍ୟ ମୋଟା ଅଙ୍କର ଲାଞ୍ଚ ଦାବି କରିଥାନ୍ତି। ଯେଉଁମାନେ ଟଙ୍କା ଦେବାରେ ବିଳମ୍ବ କରିଥାନ୍ତି, ସେମାନଙ୍କ ଚାର୍ଜସିଟ୍‌ ଦାଖଲରେ ମଧ୍ୟ ଜାଣିଶୁଣି ବିଳମ୍ବ କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ବଜାରରେ ଅନେକ ସମୟରେ ନିଷିଦ୍ଧ ମାଦକଦ୍ରବ୍ୟ ବିକ୍ରି ହେଉଛି। ଏହା ସେବନ କଲେ ଜୀବନ ପ୍ରତି ବିପଦ ଥାଏ। ଅତୀତରେ ବିଷାକ୍ତ ମଦ ପାନ ଯୋଗୁ ଅନେକଙ୍କ ମୃତ୍ୟୁ ହୋଇଛି। ତେଣୁ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି। ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ଏକ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ଅବକାରୀ, ପୋଲିସ, ବନ ଅଧିକାରୀ ସମେତ ଭେଷଜ ନିରୀକ୍ଷକ ରହିଛନ୍ତି। ସ୍କ୍ବାର୍ଡ ତରଫରୁ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂସହାୟିକା ଗୋଷ୍ଠୀ ଓ ପଞ୍ଚାୟତରାଜ ସଙ୍ଗଠନ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା। ଏନେଇ ବାର୍ଷିକ ପାଖାପାଖି ୨ ଲକ୍ଷ ଟଙ୍କା ଅନୁଦାନ ଆସୁଛି। କିନ୍ତୁ ଉପରଠାଉରିଆ ଭାବେ ଏକ ରଥ ବୁଲାଯାଇ ମୋଟା ଅଙ୍କର ଅର୍ଥ ଆତ୍ମସାତ କରାଯାଉଛି । ଏ ସମ୍ପର୍କରେ ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ରତିକାନ୍ତ ପଣ୍ଡା କହିଛନ୍ତି ଯେ, ସଚେତନତା ସୃଷ୍ଟି ପାଇଁ ଯେଉଁ ଅର୍ଥ ଆସୁଛି, ସେଥିରେ ରଥ ପରିକ୍ରମା ସହ ୨ଟି କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ବେଆଇନ୍‌ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସରକାର ଏକ୍ସାଇଜି ଡ୍ୟୁଟି କମାଇ ଦେଇଥିବାରୁ ରାଜସ୍ବ ଆଦାୟ ହ୍ରାସ ପାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri