କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ ଉରି ସେକ୍ଟରରେ ଓ୍ବେୟାରଲେସ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ ଯୋଡାଗଡ଼ିଆ ଗ୍ରାମର ଗୋପାଳଚନ୍ଦ୍ର ସାହୁ। ସେଦିନ ଥିଲା ୧୯୯୯ ଜୁଲାଇ ୩୧ତାରିଖ ା ସମୟ ମଧ୍ୟାହ୍ନ ୧୨ଟା। ସୈନ୍ୟବାହିନୀର ଏକ ଭ୍ୟାନରେ ରାଷ୍ଟ୍ରୀୟ ରାଇଫଲର ଅନ୍ୟ ୬ଜଣଙ୍କ ସହ ସାହୁ ସଡ଼କ ପଥରେ ଡ୍ୟୁଟି ପାଇଁ ଯାଉଥାନ୍ତି। ପାହାଡ ତଳେ ତାଙ୍କ ଭ୍ୟାନ ଚାଲୁଥିବା ବେଳେ ଉପରୁ ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥାଏ ା ହଠାତ୍‌ ଉପରୁ ବୋମା ନିକ୍ଷେପ କଥା ଡ୍ରାଇଭର ଜାଣିପାରିଲେ। ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇବା ପାଇଁ ଅନୂ୍ୟନ ୧୦ମିଟର ଦୂରରୁ ଡ୍ରାଇଭର ରାସ୍ତାକଡକୁ ହଠାତ୍‌ ଗାଡି ବୁଲାଇ ଦେଇଥିଲେ। ଫଳରେ ଗାଡିଟି ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସାହୁଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ତାଙ୍କର ଡାହାଣ ଗୋଡ ଓ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା। ଶ୍ରୀନଗର ଆର୍ମି ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ା ଅସ୍ତ୍ରୋପଚାର ୨ମାସ ଧରି ସେ ବେଡରେ ପଡିରହିଲେ ା ସୁସ୍ଥ ହେଲେ ସତ ହେଲେ ଶତପ୍ରତିଶତ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ତାଙ୍କ ବଦଳି କଲିକତାକୁ ହୋଇଥିଲା। ଆହୁରି କାର୍ଯ୍ୟ କରିବାକୁ ଆଗ୍ରହ ଥିଲେ ମଧ୍ୟ ୨୦୦୮ ସେପ୍ଟେମ୍ବର ୨୮ରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ଘରକୁ ଫେରି ଆସିଥିଲେ।
୨୦ବର୍ଷ ତଳର ଏଭଳି ରୋମାଞ୍ଚକ ଭରା କଥା ବଖାଣିଛନ୍ତି ଗୋପାଳ ସାହୁ। ସ୍ମୃତି ବଖାଣିବା ଅବସରରେ ସେ କ୍ଷତ ଚିହ୍ନଥିବା ସ୍ଥାନଗୁଡିକୁ ଦେଖାଇଥିଲେ। ଅବସର ପରେ ଏବେ ଆଗରପଡାର ସାହୁପଡା ପ୍ରକଳ୍ପ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଭାବେ ଜୀବିକା ନିର୍ବାହ କରୁଛନ୍ତି ସେ ା କୁପାରୀ ସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିବା ପର୍ଯ୍ୟନ୍ତ ସେ ସେନାବାହିନୀରେ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ। ଯେତେବେଳେ ସାର୍‌ମାନେ ଜୀବନର ଲକ୍ଷ୍ୟ କ’ଣ ବୋଲି ତାଙ୍କୁ ପଚାରୁଥିଲେ ସେତେବେଳେ ସେ ଏହି ଉତ୍ତର ଦେଉଥିଲେ। ସାର୍‌ମାନେ ମଧ୍ୟ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିଲେ। ୧୯୯୧ ଡିସେମ୍ବର ୩୧ତାରିଖରେ ସେ ଟେକ୍ନିକାଲ ଟ୍ରେଡରେ ଯୋଗ ଦେଇଥିଲେ। ଜବଲପୁରରେ ଟ୍ରେନିଂ ପରେ ତାଙ୍କୁ ଗଙ୍ଗାନଗର, ବରେଲି, ନାଗାଲାଣ୍ଡ, ଜମ୍ମୁକଶ୍ମୀରର ଲଦାଖ ଅଞ୍ଚଳରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ା ସେନବାହିନୀ ଯୋଗଦେବା ଅର୍ଥ ଭାରତ ମା’ର ସେବା କରିବା। ତାକୁ କେହି ଚାକରି ବୋଲି ଭାବିବା କିମ୍ବା ଏଥିରେ ଆରାମ ଖୋଜିବା ଅନୁଚିତ ା ସୈନ୍ୟବାହିନୀରେ ଚାକିରି ଏବଂ ବିଶେଷ କରି ଜମ୍ମୁକଶ୍ମୀରରେ ୨୦ ଡିଗ୍ରୀ ତାପମାତ୍ରାରେ ଯିଏ କାମ କରିଛି ତାର ନିଆରା ଅନୁଭୂତି ସ୍ବତନ୍ତ୍ର ବୋଲି ଗୋପାଳ କହିଛନ୍ତି ା

(ଉତ୍କଳବନ୍ଧୁ ପଣ୍ଡା )


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri