କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ ଉରି ସେକ୍ଟରରେ ଓ୍ବେୟାରଲେସ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ ଯୋଡାଗଡ଼ିଆ ଗ୍ରାମର ଗୋପାଳଚନ୍ଦ୍ର ସାହୁ। ସେଦିନ ଥିଲା ୧୯୯୯ ଜୁଲାଇ ୩୧ତାରିଖ ା ସମୟ ମଧ୍ୟାହ୍ନ ୧୨ଟା। ସୈନ୍ୟବାହିନୀର ଏକ ଭ୍ୟାନରେ ରାଷ୍ଟ୍ରୀୟ ରାଇଫଲର ଅନ୍ୟ ୬ଜଣଙ୍କ ସହ ସାହୁ ସଡ଼କ ପଥରେ ଡ୍ୟୁଟି ପାଇଁ ଯାଉଥାନ୍ତି। ପାହାଡ ତଳେ ତାଙ୍କ ଭ୍ୟାନ ଚାଲୁଥିବା ବେଳେ ଉପରୁ ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥାଏ ା ହଠାତ୍‌ ଉପରୁ ବୋମା ନିକ୍ଷେପ କଥା ଡ୍ରାଇଭର ଜାଣିପାରିଲେ। ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇବା ପାଇଁ ଅନୂ୍ୟନ ୧୦ମିଟର ଦୂରରୁ ଡ୍ରାଇଭର ରାସ୍ତାକଡକୁ ହଠାତ୍‌ ଗାଡି ବୁଲାଇ ଦେଇଥିଲେ। ଫଳରେ ଗାଡିଟି ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସାହୁଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ତାଙ୍କର ଡାହାଣ ଗୋଡ ଓ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା। ଶ୍ରୀନଗର ଆର୍ମି ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ା ଅସ୍ତ୍ରୋପଚାର ୨ମାସ ଧରି ସେ ବେଡରେ ପଡିରହିଲେ ା ସୁସ୍ଥ ହେଲେ ସତ ହେଲେ ଶତପ୍ରତିଶତ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ତାଙ୍କ ବଦଳି କଲିକତାକୁ ହୋଇଥିଲା। ଆହୁରି କାର୍ଯ୍ୟ କରିବାକୁ ଆଗ୍ରହ ଥିଲେ ମଧ୍ୟ ୨୦୦୮ ସେପ୍ଟେମ୍ବର ୨୮ରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ଘରକୁ ଫେରି ଆସିଥିଲେ।
୨୦ବର୍ଷ ତଳର ଏଭଳି ରୋମାଞ୍ଚକ ଭରା କଥା ବଖାଣିଛନ୍ତି ଗୋପାଳ ସାହୁ। ସ୍ମୃତି ବଖାଣିବା ଅବସରରେ ସେ କ୍ଷତ ଚିହ୍ନଥିବା ସ୍ଥାନଗୁଡିକୁ ଦେଖାଇଥିଲେ। ଅବସର ପରେ ଏବେ ଆଗରପଡାର ସାହୁପଡା ପ୍ରକଳ୍ପ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଭାବେ ଜୀବିକା ନିର୍ବାହ କରୁଛନ୍ତି ସେ ା କୁପାରୀ ସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିବା ପର୍ଯ୍ୟନ୍ତ ସେ ସେନାବାହିନୀରେ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ। ଯେତେବେଳେ ସାର୍‌ମାନେ ଜୀବନର ଲକ୍ଷ୍ୟ କ’ଣ ବୋଲି ତାଙ୍କୁ ପଚାରୁଥିଲେ ସେତେବେଳେ ସେ ଏହି ଉତ୍ତର ଦେଉଥିଲେ। ସାର୍‌ମାନେ ମଧ୍ୟ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିଲେ। ୧୯୯୧ ଡିସେମ୍ବର ୩୧ତାରିଖରେ ସେ ଟେକ୍ନିକାଲ ଟ୍ରେଡରେ ଯୋଗ ଦେଇଥିଲେ। ଜବଲପୁରରେ ଟ୍ରେନିଂ ପରେ ତାଙ୍କୁ ଗଙ୍ଗାନଗର, ବରେଲି, ନାଗାଲାଣ୍ଡ, ଜମ୍ମୁକଶ୍ମୀରର ଲଦାଖ ଅଞ୍ଚଳରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ା ସେନବାହିନୀ ଯୋଗଦେବା ଅର୍ଥ ଭାରତ ମା’ର ସେବା କରିବା। ତାକୁ କେହି ଚାକରି ବୋଲି ଭାବିବା କିମ୍ବା ଏଥିରେ ଆରାମ ଖୋଜିବା ଅନୁଚିତ ା ସୈନ୍ୟବାହିନୀରେ ଚାକିରି ଏବଂ ବିଶେଷ କରି ଜମ୍ମୁକଶ୍ମୀରରେ ୨୦ ଡିଗ୍ରୀ ତାପମାତ୍ରାରେ ଯିଏ କାମ କରିଛି ତାର ନିଆରା ଅନୁଭୂତି ସ୍ବତନ୍ତ୍ର ବୋଲି ଗୋପାଳ କହିଛନ୍ତି ା

(ଉତ୍କଳବନ୍ଧୁ ପଣ୍ଡା )


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri