ନିଜ ଗାତରେ ଚାଇନା

ସମ୍ପାଦକୀୟ/ତଥାଗତ ସତପଥୀ
ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍‌ ଠାବ ହୋଇସାରିଲାଣି। ଏହାକୁ ଥର୍ମୋ ନ୍ୟୁକ୍ଲିୟର ପାଣ୍ଡେମିକ୍‌ ସହ ବୈଜ୍ଞାନିକମାନେ ତୁଳନା କରୁଛନ୍ତି। ଏହି ଭୂତାଣୁକୁ ନିୟନ୍ତ୍ରଣକୁ ଆଣିବା ଲାଗି ଚାଇନା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କହୁଛି। ଏଭଳି ଦୃଢ଼ୋକ୍ତି ପ୍ରକାଶ କରୁଥିବା ଚାଇନା ନିଜକୁ ଏକ ସନ୍ଦେହରେ ପକାଉଛି। ବିଶ୍ୱବ୍ୟାପୀ ଆଲୋଚନା ହେଲାଣି ଯେ, ଏହି ସଂକ୍ରାମକ ଭୂତାଣୁ ହୁଏତ ଏକ ମିଲିଟାରୀ ଗବେଷଣା ଅନ୍ତର୍ଭୁକ୍ତ ଥିଲା। ଆମେରିକା ଗଣମାଧ୍ୟମ କହିବା ଅନୁଯାୟୀ, ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଜୈବିକ ଯୁଦ୍ଧାସ୍ତ୍ର ବା ବାୟୋଲୋଜିକାଲ ଓି୍ବପନ୍‌ ପ୍ରସ୍ତୁତ କରାଯାଉଥିଲା। ସମ୍ଭବତଃ କୌଣସି ଏକ ଦୁର୍ଘଟଣା କ୍ରମେ ଏହି ଗବେଷଣାଗାରରୁ ଭୂତାଣୁ ପଦାକୁ ବାହାରି ଆସିଛି। ପ୍ରଥମେ ଚାଇନାର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଗଲା ଯେ, ସବୁପ୍ରକାର ଜୀବଜନ୍ତୁ ଖାଉଥିବା ଚାଇନାବାସୀ ହୁଏତ ସେଥିମଧ୍ୟରୁ କାହାଠାରୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ମଣିଷ ଦେହରେ ସେହି ଭୂତାଣୁ ସକ୍ରିୟ ହେବା ପରେ ତାହା କରୋନା ଭାଇରସ୍‌ ରୂପ ଧାରଣ କରିଥିଲା। ଏବେ ଚାଇନାର ସେହି କାହାଣୀ ବିଶ୍ୱବ୍ୟାପୀ କାହାରି ବିଶ୍ୱାସଯୋଗ୍ୟ ହେଲାନାହିଁ। ବିଭିନ୍ନ ଦେଶ ଏବେ ଚାଇନାକୁ ଓ ଚାଇନାଠାରୁ ବିମାନସେବା ବନ୍ଦ କରିବା ସହିତ କୌଣସି ଚାଇନା ସାମଗ୍ରୀ ଆମଦାନୀ ବନ୍ଦ କରିଦେବା ଫଳରେ ତା’ର ଅର୍ଥନୈତିକ ସ୍ଥିତି ପ୍ରଭାବିତ ହୋଇଛି। ସେହି ଭୟରେ ଚାଇନା ଏବେ କହୁଛି, କରୋନା ଭୂତାଣୁ ରୋକିବାରେ ନିଜେ ଦାୟିତ୍ୱ ନେବ। ଏଥିରୁ ସ୍ପଷ୍ଟ ବୁଝାପଡୁଛି, ପରୀକ୍ଷାଗାରରେ ଦୁର୍ଘଟଣା ଘଟିଲେ ଚାଇନା ପାଖରେ ତାହାର ଗଦ ବା ପ୍ରତିଷେଧକ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ୧୦ ଦିନ ମଧ୍ୟରେ କରୋନା ଭାଇରସ୍‌ ରୋକିବା ପାଇଁ ହସ୍ପିଟାଲ ନିର୍ମାଣ ହୋଇଥାଇପାରେ, କିନ୍ତୁ ରୋଗୀ ପାଇଁ ଆଜି ପର୍ଯ୍ୟନ୍ତ ଔଷଧ ବାହାରିପାରି ନାହିଁ। ଏଇ ଖିଅରୁ ଆଉ ପାଦେ ଆଗକୁ ଗଲେ ବୁଝାପଡିବ ଯେ, ଜୈବିକ ଯୁଦ୍ଧାସ୍ତ୍ର ଗବେଷଣା ଓ ବିକଶିତ କରୁଥିବା ଦେଶଗୁଡ଼ିକ ସମଗ୍ର ମାନବଜାତି ପାଇଁ ବିପଦ।
ଭାରତରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ ପଟେ ପାକିସ୍ତାନ ଭଳି ପିମ୍ପୁଡ଼ି ଦେଶକୁ ଶତ୍ରୁ ଭାବେ ଚିତ୍ରଣ କରୁଥିବା ବେଳେ ଅନ୍ୟପଟେ ଏକଚ୍ଛତ୍ରବାଦୀ ଚାଇନାର ସବୁ କାର୍ଯ୍ୟକୁ ଉଦାହରଣ ଭାବେ ଦର୍ଶାଇଥାଆନ୍ତି। ଚାଇନାକୁ ହୃଦୟରୁ ପ୍ରଶଂସା କରୁଥିବା ଏହି ଗୋଷ୍ଠୀ ସବୁବେଳେ ସେହି ସରକାରର ଅଗଣତାନ୍ତ୍ରିକ ପଦ୍ଧତିରେ କେଉଁଭଳି ଦେଶ ଉନ୍ନତ ହେଉଛି ତାହା ଉଲ୍ଲେଖ କରିଥାଆନ୍ତି।
ଶେଷରେ ଏତିକି କହିହେବ ଯେ, ଚାଇନା ଭଳି ମହାବଳିଆ ଦେଶକୁ ଏକ ଅଦୃଶ୍ୟ ଭୂତାଣୁ ଦ୍ୱାରା ଆଣ୍ଠେଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri