ନିଜ ଗଧକୁ ଦେଖ

ଅଞ୍ଜନ ଚାନ୍ଦ
ବେପାରୀ କେତୋଟି ଗଧ ନେଇ ହାଟକୁ ବିକିବା ପାଇଁ ଯାଉଥିଲା। ଚାଲି ଚାଲି ଥକିଯିବାରୁ ସେ ଗୋଟେ ଗଧ ଉପରେ ବସିଲା। କିଛି ସମୟ ପରେ ଭାବିଲା ସବୁ ଗଧ ଅଛନ୍ତି ନା କିଏ କେଉଁଠି ରହିଗଲା। ସେ ଗଧଗୁଡ଼ିକୁ ଗଣିଲା। ଗୋଟେ ଗଧ କମ୍‌ ହେଲା। ବେପାରୀ ଛାନିଆରେ ଗଧ ପିଠିରୁ ଓହ୍ଲାଇ ପଡ଼ିଲା। ପୁଣିଥରେ ଗଣିଲା। ଗଧ ସଂଖ୍ୟା ଠିକ୍‌ ହେଲା। ସେ ଖୁସିରେ ଗଧ ପିଠିରେ ବସି ଆଗକୁ ଚାଲିଲା। କିଛିବାଟ ଯିବାପରେ ଗଧଗୁଡ଼ିକୁ ଗଣିବାରୁ ପୁଣି ଗୋଟେ କମ୍‌ ହେଲା। ଓହ୍ଲାଇ ପଡ଼ିବାରୁ ସମାନ ହୋଇଗଲା।
ଇଏ ଗୋଟିଏ ଅଦ୍ଭୁତ ରହସ୍ୟ ଏବଂ ଆଶ୍ଚର୍ଯ୍ୟ ଯେ ଏହା ମଣିଷ ଚରିତ୍ର ସହିତ ସମ୍ପର୍କିତ।
ଏବେ ରାଜ୍ୟରେ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଗୁଣାତ୍ମକ ମାନ କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏ ବାବଦରେ ସରକାର କହୁଛନ୍ତି, ସ୍କୁଲରେ ଶିକ୍ଷକମାନେ ଠିକ୍‌ ଭାବରେ ପାଠ ପଢ଼ାଉନାହାନ୍ତି। ଶିକ୍ଷକମାନଙ୍କର ଅଭିଯୋଗ ପିଲାମାନେ ଦୁଷ୍ଟ ଓ ଅଭିଭାବକମାନେ ସଚେତନ ନୁହନ୍ତି। ଅଭିଭାବକମାନେ ଶିକ୍ଷକ ଓ ସରକାର ଉଭୟଙ୍କୁ ଦୋଷ ଦେଉଛନ୍ତି। ଅଥଚ କେହି ନିଜ ପାଖରେ ଥିବା ଦୋଷକୁ ଦେଖୁନାହାନ୍ତି। ଗଧ ବେପାରୀ ପରି ନିଜ ଗଧକୁ ଛାଡ଼ି କେବଳ ଆଗରେ ଥିବା ଗଧଗୁଡ଼ିକୁ ଗଣୁଛନ୍ତି।
ଗତ ଦୁଇ ଦଶନ୍ଧି ଭିତରେ ଶିକ୍ଷାନୀତିରେ ବାରମ୍ବାର ପରୀକ୍ଷା ନିରୀକ୍ଷା ଓ ତଦନୁଯାୟୀ ବିପୁଳ ପରିବର୍ତ୍ତନ ହୋଇଛି। ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଚେଷ୍ଟା ହୋଇଛି। ସେଥିପାଇଁ ପ୍ରାଥମିକ ଶିକ୍ଷାକୁ ନିଃଶୁଳ୍କ କରାଯାଇଛି। ସ୍କୁଲର ପୂଜାଚାନ୍ଦା ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯାଉ ନାହିଁ। ବହିପତ୍ର ମାଗଣା ଦିଆଯାଉଛି। ସ୍କୁଲରେ ପୁଷ୍ଟିକର ମଧ୍ୟାହ୍ନଭୋଜନର ବ୍ୟବସ୍ଥା ହୋଇଛି। ସ୍କୁଲ ପୋଷାକ, ନେକ୍‌ଟାଇ, ଜୋତା, ପରବର୍ତ୍ତୀ ପର୍ଯ୍ୟାୟରେ ସାଇକେଲ ଦିଆଯାଉଛି। ଛାତ୍ରବୃତ୍ତିର ବ୍ୟବସ୍ଥା ଅଛି। ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଅଥଚ ଆଶ୍ଚର୍ଯ୍ୟ, ଏସବୁ ସତ୍ତ୍ୱେ କିଛି ପିଲା ତଥାପି ଘରେ ରହିଯାଉଛନ୍ତି। ଅଧାରୁ ବହୁ ପିଲା ପାଠପଢ଼ା ଛାଡ଼ୁଛନ୍ତି। ଯେଉଁମାନେ ରହୁଛନ୍ତି ସେମାନଙ୍କ ଅଭିଭାବକମାନେ ସ୍କୁଲରୁ ମିଳୁଥିବା ସୁବିଧାଗୁଡ଼ିକୁ ପାଇବା ପାଇଁ ଆଧାରକାର୍ଡ, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ୍‌ ପାସ୍‌ବୁକ ଇତ୍ୟାଦି ଚକ୍କରରେ ଘୂରିବୁଲି ନୟାନ୍ତ ହେଉଛନ୍ତି।
ସରକାର ଦେଉଥିବା ସାହାଯ୍ୟଗୁଡ଼ିକୁ ଜଣେ ପିଲା ଗୋଟିଏ ଶ୍ରେଣୀ ପାଇଁ ବର୍ଷଟିଏ ପାଇବ। ଏଇ ଉଦ୍ଦେଶ୍ୟରେ ବୋଧହୁଏ ପ୍ରାଥମିକ ପରୀକ୍ଷାରୁ ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯାଇଛି। କୁହାଯାଉଛି ଏହାଦ୍ୱାରା ପରୀକ୍ଷା ପ୍ରତି ପିଲାମାନଙ୍କର ଭୟ ରହିବ ନାହିଁ। ଏବଂ ସେମାନେ ପରୀକ୍ଷାରେ ଭଲ କରିବେ। କିନ୍ତୁ ଫଳ ହେଲା ଓଲଟା। ବହୁ ନିରକ୍ଷର ପିଲା ଦଶମଶ୍ରେଣୀ ବୋର୍ଡପରୀକ୍ଷାର ପରୀକ୍ଷାର୍ଥୀ ହୋଇଗଲେ। ଯେଉଁଥିପାଇଁ ପରୀକ୍ଷାରେ ପୂର୍ବପରି ଫେଲ୍‌ ବ୍ୟବସ୍ଥା ରଖିବାକୁ ଦାବି ହେଲା। ସରକାରୀ ମୁଣ୍ଡମାନେ ବହୁ ଚିନ୍ତା କରି ଯେକୌଣସି ପ୍ରକାରେ ସବୁପିଲାଙ୍କୁ ପାସ୍‌ କରାଇବା ପାଇଁ ଯୋଜନା କଲେ। ଫଳସ୍ବରୂପ ଏବେ ଉଜ୍ଜ୍ୱଳା, ଉତ୍‌ଥାନ ଓ ଉତ୍କର୍ଷ ତିନୋଟି କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଜୋରସୋରରେ ଚାଲିଛି। ଶିକ୍ଷକମାନଙ୍କୁ ନୂଆ ପ୍ରଶିକ୍ଷଣ ଦିଆଯାଉଛି। ନୂଆ ବହି ଛପା ହୋଇ ପିଲାମାନଙ୍କୁ ବଣ୍ଟା ହେଉଛି। ତଦନୁସାରେ ଶିକ୍ଷକମାନେ ପିଲାମାନଙ୍କୁ ପଢ଼ାଉଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ଦଳ ଗଢ଼ାଯାଇଛି। କାର୍ଯ୍ୟକ୍ରମଗୁଡ଼ିକ ସଫଳ ହେଉଛି ବୋଲି ଶିକ୍ଷାବିଭାଗ ଡିଣ୍ଡିମ ପିଟୁଥିବାବେଳେ ନବମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରର ଅଭିଭାବକ ସ୍କୁଲରେ ଅଭିଯୋଗ କରୁଛନ୍ତି- ମୋ ପୁଅ କାହିଁକି ମକା, ମଟର, ଚୋର, ସର ପଢ଼ୁଛି? ଯେତେବେଳେ ସେ ପାଠ ପଢ଼ିବା କଥା ସେତେବେଳେ ମାଷ୍ଟରମାନେ କ’ଣ କରୁଥିଲେ? ଯଦି ଅଷ୍ଟମ ଶ୍ରେଣୀ ପାସ୍‌ କରିବା ପରେ ସେ ଚକ, ଅଖ ଶିଖିବ ତେବେ ନବମ ଶ୍ରେଣୀର ପାଠ ପଢ଼ିବ କେବେ?
ଶିକ୍ଷକ କହୁଛନ୍ତି, ଆମେ କ’ଣ କରିବୁ? ଆମେ ଆଦେଶର ଦାସ। ଉପରୁ ଯାହା ନିର୍ଦ୍ଦେଶ ଆସୁଛି ତାହା କରୁଛୁ। ଆପଣ ସରକାରଙ୍କୁ କୁହନ୍ତୁ।
ଅଭିଭାବକ ସରକାରଙ୍କୁ ଖୋଜୁଛନ୍ତି।
କିଛିଦିନ ତଳେ କେତେଜଣ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ବିରୋଧରେ ସ୍ବର ଉଠାଇଥିଲେ। ଗଣମାଧ୍ୟମରେ ବି ଖବର ବାହାରିଥିଲା। ସରକାରଙ୍କ କାନରେ ପଡ଼ିଲା କି ନାହିଁ ଏବେ ପୁଣି ସବୁ ଚୁପ୍‌ଚାପ୍‌।
ବୁଦ୍ଧିଜୀବୀ ଜଣେ କହୁଥିଲେ, ସରକାରୀ ଶିକ୍ଷା କେବଳ ସାକ୍ଷରତା ଅଭିଯାନ। ସବୁ ପିଲାଙ୍କୁ ଗଁାରୁ ଧରିଆଣି ସ୍କୁଲରେ ଦଶବର୍ଷ ବାନ୍ଧିରଖି ଅକ୍ଷର ଶିଖାଇ ବାହାରକୁ ଛାଡ଼ିଦେବେ। ଆପଣ ଯଦି ନିଜ ପିଲାକୁ ଶିକ୍ଷିତ କରାଇବାକୁ ଚାହାନ୍ତି ସରକାରୀ ଅନୁଷ୍ଠାନରୁ ଦୂରେଇ ରୁହନ୍ତୁ। ଚମତ୍କାରୀ ଶବ୍ଦ ଓ ବହୁ ଆଡ଼ମ୍ବର ଭିତରେ ସାଧାରଣ ଲୋକଙ୍କୁ ବଶୀଭୂତ କରି ଶିକ୍ଷାକୁ ଘରୋଇକରଣ ଆଡ଼କୁ ଟାଣିନେଇଯିବା ହିଁ ଏବର ଶିକ୍ଷାନୀତିର ଅସଲ ଉଦ୍ଦେଶ୍ୟ।
ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ:୯୪୩୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri