Categories: ଖେଳ

ନିଜକୁ ପ୍ରମାଣ କଲେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ,୧୮।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ପୁଣି ଥରେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ଦଳ ପକ୍ଷରୁ ଖେଳୁଥିବା ଅର୍ଜୁନ ଦ୍ୱିତୀୟ ଏକାଦଶ ଚାମ୍ପିୟନଶିପ୍‌ ମ୍ୟାଚ୍‌ରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାମହାତୀ ପେସର ଏକ ଚମତ୍କାର ବଲରେ ସରେ ଓପନର ନାଥନ ଟିଲେଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ୩ୟ ଓଭରର ପ୍ରଥମ ବଲରେ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଓଭର ଦ ଉଇକେଟ ଅଞ୍ଚଳରୁ କୋଣ କରି ବୋଲିଂ କରିଥିଲେ, ଯାହା କି ଅଫ୍‌ ଷ୍ଟମ୍ପର ଶୀର୍ଷରେ ବାଜିଥିଲା। ଏହାର ଏକ ଭିଡିଓ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ମୁମ୍ବାଇ ୨୩ ବର୍ଷରୁ କମ୍‌ ଦଳର ସଦସ୍ୟ ୧୧ ଓଭର ବୋଲିଂ କରି ୫୦ ରନ୍‌ ବ୍ୟୟରେ ୨ ଉଇକେଟ ନେଇ ସ୍ପେଲ ଶେଷ କରିଥିଲେ। ଗତବର୍ଷ ତାଙ୍କୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ପ୍ରଥମ ଥର ଲାଗି ସ୍ଥାନ ମିଳିଥିଲା। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଯୁବ ଟେଷ୍ଟ ମ୍ୟାଚ୍‌ରେ ସେ ୨ ଉଇକେଟ ନେଇଥିଲେ।

Share