ନିଆରା ବ୍ରହ୍ମଚାରୀ ସାଧକ ବିଶ୍ୱମ୍ବର: ‘ସାଧନା କେବେ ବ୍ୟର୍ଥ ଯାଏ ନାହିଁ’

ଭଣ୍ଡାରିପୋଖରୀ, ୩୦।୯-ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ ସନ୍ନ୍ୟାସ ମାର୍ଗରେ ଯିବାକୁ ମନ ଥିଲା। ସେଥିଲାଗି ବ୍ରହ୍ମଚାରୀ ଜୀବନ ଆପଣାଇ ସାଧନା ଜାରି ରଖିଛନ୍ତି। ୧୯୮୧ରେ ବିଏସ୍‌ସି ପାସ୍‌ କରି ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ କିଛିଦିନ ରିଜିଓନାଲ ରିସର୍ଚ୍ଚ ଲାବୋରେଟୋରିରେ ଅସ୍ଥାୟୀ ଭାବେ ଚାକିରି କରିଥିଲେ। ଏହି ସମୟରେ ଭାରତୀୟ ଶିଳ୍ପବିଦ୍ୟା ବାସ୍ତୁଗଣିତକୁ ଇଞ୍ଜିନିୟରିଂ କୋର୍ସରେ ସାମିଲ କରିବା ଉଦ୍ଦେଶ୍ୟରେ ସେ ସରଳ ବୀଜଗାଣିତିକ ସୂତ୍ର ବାହାର କରି ବାସ୍ତୁଗଣିତ ନାମରେ ଏକ ପାଣ୍ଡୁଲିପି ରଚନା କରିଥିଲେ। ପରେ ଶେଷକ ଭଗ୍ନାଂଶ ନାମକ ନୂତନ ଗଣିତ ଆବିଷ୍କାର କରିଥିଲେ। ଦୀର୍ଘ ୫ ବର୍ଷ ପରେ ୨୦୦୪ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିସ୍‌ ଆଣ୍ଡ ଆପ୍ଲିକେଶନ୍ସ ତରଫରୁ ପ୍ରକାଶିତ ତ୍ରୈମାସିକ ପତ୍ରିକା ଗଣିତ ବିଚିତ୍ରାରେ ଏହା ପ୍ରକାଶ ପାଇଥିଲା। ଲେଖାଗୁଡ଼ିକ ବଡ଼ ହୋଇଥିବାରୁ ପୁସ୍ତକ ଆକାରରେ ପ୍ରକାଶ କରିବା ପାଇଁ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ସରକାରଙ୍କୁ ବହୁବାର ଆବେଦନ କରି ସେ ନିରାଶ ହୋଇଛନ୍ତି। ତାଙ୍କ ଲକ୍ଷ୍ୟ ରହିଛି ଅଧୁରା। ସେ ଆବିଷ୍କାର କରିଥିବା ତଥ୍ୟ ଶିକ୍ଷା କ୍ଷେତ୍ର ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆତ୍ମବିଶ୍ୱାସ ରଖି ଆଜି ବି ସେ ଆଶାରେ ରହିଛନ୍ତି।
ଏହି ଆଜୀବନ ବ୍ରହ୍ମଚାରୀ ସାଧକ ହେଲେ ବିଶ୍ୱମ୍ବର ଦାସ। ଘର ଯାଜପୁର ଜିଲା ଦଶରଥପୁର ବ୍ଲକ ବନ୍ଧସାହି ଗ୍ରାମରେ। ଉଚ୍ଚଶିକ୍ଷା ଲାଭ କରି ଚାକିରି କରିଥିଲେ ମଧ୍ୟ ଜୀବନର ଲକ୍ଷ୍ୟ ତାଙ୍କୁ ଆଧ୍ୟାତ୍ମିକତା ଆଡ଼କୁ ଟାଣି ନେଇଥିଲା। ଚାକିରି ଛାଡ଼ି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଇଚ୍ଛାପୁରସ୍ଥିତ ବାୟୁଟାଙ୍ଗି ମଠରେ କିଛିବର୍ଷ ରହିବା ପରେ ୧୯୮୫ରେ ଭୁବନେଶ୍ୱରରେ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବଙ୍କ ପାଖରେ ଆଧ୍ୟାତ୍ମିକତା ଜ୍ଞାନ ଶିକ୍ଷା କରିଥିଲେ। ୧୯୯୦ରେ ଗ୍ରହଣ କରିଥିଲେ ସନ୍ନ୍ୟାସ ବ୍ରତ। ପରେ ୧୯୯୫ରେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ନିକଟ ଦେଓପଦାସ୍ଥିତ ଶାନ୍ତିବଟ ଆଶ୍ରମକୁ ଆସି ରହିଥିଲେ। ୧୯୯୭ରେ ଥଇଳା ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି କିଛି ଜମି ଦାନ କରିବାରୁ ସେବେଠାରୁ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗ୍ରାମଠାରେ ‘ଦୟାଜ୍ୟୋତି ଆଶ୍ରମ’ ପ୍ରତିଷ୍ଠା କରି ମହନ୍ତ ଭାବେ ରହିଆସୁଛନ୍ତି। ଏକ ସାକ୍ଷାତକାରରେ ବିଶ୍ୱମ୍ବର କହିଛନ୍ତି, ଶିକ୍ଷା କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ଇଚ୍ଛାରୁ ସେ ବାସ୍ତୁଗଣିତ ଓ ଶେଷକ ଭଗ୍ନାଂଶ ସୂତ୍ର ବାହାର କରିଛନ୍ତି। ଏହି ଗାଣିତିକ ସୂତ୍ର ତୃତୀୟ ଶ୍ରେଣୀରୁ ପୋଷ୍ଟ ଗ୍ରାଜୁଏଟ୍‌ ପର୍ଯ୍ୟନ୍ତ ପିଲାମାନେ ପଢ଼ିପାରିବେ। ଏହି ଗଣିତକୁ ଜଣେ ଛାତ୍ର ସହଜରେ ସମାଧାନ କରିପାରିବ। ଆଜିକାଲି କମ୍ପିଟେଟିଭ ଯୁଗରେ ଏଭଳି ସରଳ ସୂତ୍ର ଓ ଜ୍ଞାନର ଉପାଦେୟତା ରହିଥିବା ସେ କହିଛନ୍ତି।
କେବଳ ଗାଣିତିକ ସୂତ୍ର ନୁହେଁ, ଶିକ୍ଷା ମାଧ୍ୟମରେ ପିଲାଙ୍କୁ ଭଲମଣିଷ କରି ଗଢ଼ିବା ଏବଂ ଯୋଗ ସାଧନା ବଳରେ ସମାଜର ମଙ୍ଗଳ କରିବା ପାଇଁ ସେ କାର୍ଯ୍ୟ କରି ଆସୁଛନ୍ତି। ଦଶମ ଶ୍ରେଣୀ ପଢୁଥିବା ବେଳେ ଗୀତାକୁ ଓଡ଼ିଆ ପଦ୍ୟରେ ଅନୁବାଦ କରି ଗୀତାବାଣୀ ନାମକ ବହି ଛାପିଥିଲେ। ପରେ ଗୀତା ପରିଭାଷା, କୈବଲ୍ୟ କଳ୍ପ, ମହାପୁରୁଷ ଦୟାନିଧି ପରମହଂସ ଦୟାବାଣୀ ଭଳି କେତେକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଗୁରୁଙ୍କଠାରୁ ଦିଗ୍‌ଦର୍ଶନ ନେଇ ସେ ଏହି ସାଧନା ପଥରେ ଆଗକୁ ବଢ଼ି ଚାଲିଛନ୍ତି। ତାଙ୍କ ଉପଲବ୍ଧି ଓ ଜ୍ଞାନର ବିନିଯୋଗ ଲାଗି ସୁଯୋଗ ଏଯାଏ ମିଳି ନ ଥିବାରୁ ଏହା ଅବସୋସ ହୋଇ ରହିଛି। ତଥାପି ତାଙ୍କ ଲକ୍ଷ୍ୟ ଦିନେ ନା ଦିନେ ସଫଳ ହେବ ବୋଲି ସେ ଆଶା ରଖିଛନ୍ତି। ‘ଦୟାଜ୍ୟୋତି ଆଶ୍ରମ’କୁ ଅନେକ ଅନେକ ବ୍ୟକ୍ତି ଆସୁଥିଲେ ବି ସେଠାରେ ଭିତ୍ତିଭୂମି ଓ ଗମନାଗମନର ଭଲ ସୁବିଧା ନ ଥିବାରୁ ସେମାନଙ୍କୁ ଯୋଗ ଶିଖାଇବା ସହଜ ହେଉ ନାହିଁ। ଏହା ସତ୍ତ୍ୱେ ଯୋଗ ସାଧନା ସମ୍ପର୍କରେ ସେ ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଛନ୍ତି। ଉଦ୍ଭାବନ କରିଥିବା ଗାଣିତିକ ସୂତ୍ରକୁ ବହି ଆକାରରେ ପ୍ରକାଶ କରିବା ପାଇଁ ୨୦୧୬ରେ ସରକାରଙ୍କୁ ପାଣ୍ଡୁଲିପି ପ୍ରଦାନ କରି ଅପେକ୍ଷାରେ ରହିଛନ୍ତି। ଅର୍ଥାଭାବ କାରଣରୁ ସେ ନିଜେ ଏହାକୁ ପ୍ରକାଶ କରିପାରି ନାହାନ୍ତି ବୋଲି କହିଛନ୍ତି। ସରଳ ଓ ନିରାଡ଼ମ୍ବର ଜୀବନ ବିତାଉଥିବା ଏହି ନିରଳସ ସାଧକ ତାଙ୍କ ଆଶ୍ରମରେ ଦୟା ଓ ଜ୍ଞାନଜ୍ୟୋତିର ବାର୍ତ୍ତା ଆଜି ବି ବାଣ୍ଟି ଚାଲିଛନ୍ତି। ସେ କହନ୍ତି, ସାଧନା କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ଏହା ସମାଜର କଲ୍ୟାଣରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri