ନିଆରା ପରମ୍ପରା: ବିଜୟାଦଶମୀରେ ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୮। ୧୦(ସ୍ବ.ପ୍ର.)- ରାଜରାଜୁଡା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଏବଂ ରାଜ୍ୟର ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତି ନିଜର ପ୍ରାଚୀନ ପରମ୍ପରାକୁ ଉଦଜୀବିତ କରିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀ ଦିନ ଛଡିବାଡି ଖେଳର ନିଆରା ପର୍ବ ପାଳନ କରିଛନ୍ତି। ଏଥିପାଇଁ ମଧ୍ୟାହ୍ନ ସମୟରେ ଆନନ୍ଦପୁରର ରଜପୁତ ସାହିର ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଯୁବକ ଓ ଛୋଟ ପିଲାମାନେ ନିଜ ନିଜ ଘରେ ପୂଜାପାଇଆସୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ଖଣ୍ଡା, ତଲଓାର୍‌, ବାନାପାଟା,ମୁଦଗର, ବର୍ଚ୍ଛା,କଟାରୀ, ଛୁରୀ ଆଦିକୁ ସାହିର ମଧ୍ୟସ୍ଥଳରେ ରଖିଥିଲେ। ଯଥାରୀତି ପୂଜାର୍ଚ୍ଚନା ସହିତ ହୋମଯଜ୍ଞାଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଚଳିତ ବର୍ଷ ଏହି ଅବସରରେ ପୂର୍ବରୁ ରହିଆସିଥିବା ପଶୁବଳି ପ୍ରଥାକୁ ଉଚ୍ଛେଦ କରାଯାଇ ପରମ୍ପରା ସ୍ବରୂପ କଖାରୁ ବଳି ଦିଆଯାଇ ବିଧି କାର୍ଯ୍ୟ ଶେଷ କରାଯାଇଥିଲା। ମା’ ଦୁର୍ଗା ଓ ଦଧିବାମନଜୀଉଙ୍କ ମନ୍ଦିର ସମ୍ମୁଖରେ ଛଡିବାଡି ଖେଳ ପ୍ରଦର୍ଶନ କରାଯାଇଥିଲା। ଲିଟୁ ରାମ, ହଗୁର ରାମ, ସିପୁନ ରାମ ପ୍ରମୁଖଙ୍କ ସମେତ ସାହିର ବହୁ ଯୁବକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅପରାହ୍ନରେ ପ୍ରଥମେ ସାହିର ପୂଜାସ୍ଥଳରେ ଛଡିବାଡି ଖେଳ ଶେଷ ହେବା ପରେ ଗ୍ରାମଦେବତୀ ମା’ ପାତାଳଶ୍ୱରୀଙ୍କ ନିକଟରେ ଖେଳ ପ୍ରଦର୍ଶନ ପୂର୍ବକ ଆଶୀର୍ବାଦ ଭିକ୍ଷା କରାଯାଇଥିଲା। ପରେ ପରମ୍ପରା ଅନୁଯାୟୀ ଆନନ୍ଦପୁରର ଆରାଧ୍ୟ ଦେବତା ଦଧିବାମନଜୀ ଏବଂ ମା’ ଦେଶ ଦୁର୍ଗାଙ୍କ ନିକଟରେ ଏହି ଖେଳ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା। ଏହି ଖେଳକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ସାମଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri