ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି। ପୁଣି ପାର୍ଟି ଓ ଡିଜେର ତାଳେ ତାଳେ କେକ୍‌ କାଟି ମଉଜମସ୍ତି ବି କରୁଛନ୍ତି। ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିନେ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ। ମଙ୍ଗଳବାର ଆକାଶ ଅସହାୟ ବୃଦ୍ଧାବୃଦ୍ଧଙ୍କ ଗହଣରେ ପାଳିଛନ୍ତି ତାଙ୍କର ଜନ୍ମଦିନ। ପରିଣତ ବୟସରେ ପହଞ୍ଚତ୍ଥିବା ୨୦ ଜଣ ବରିଷ୍ଠ ନାଗରିକଙ୍କୁ ସାଥୀରେ ଆଣି ଶ୍ରୀକ୍ଷେତ୍ର ବୁଲାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରାଇବା ସହ ସେମାନଙ୍କୁ ମହାପ୍ରସାଦ ସେବନ କରାଇଛନ୍ତି।

ପୂର୍ବାହ୍ନରେ ଆକାଶ ଏବଂ ଟିମ୍‌ ଉଡ୍ରର ସ୍ବେଚ୍ଛାସେବୀମାନେ ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ଜରାଶ୍ରମର ୨୦ ଅନ୍ତେବାସୀଙ୍କୁ ଏକ ବସ୍‌ରେ ଆଣି ସମୁଦ୍ର କୂଳରେ ପହଞ୍ଚତ୍ଥିଲେ। ସମୁଦ୍ର କୂଳରେ ପ୍ରାୟ ଦେଢ ଘଣ୍ଟା ବିତାଇଥିଲେ। ଏହାପରେ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ବିଭିନ୍ନ ମନ୍ଦିର ବୁଲି ବେଶ୍‌ ଖୁସି ହୋଇଥିଲେ ବରିଷ୍ଠ ନାଗରିକ। ଏହାପରେ ସମସ୍ତେ ଆନନ୍ଦ ବଜାରରେ ବସି ମହାଆନନ୍ଦରେ ମହାପ୍ରସାଦ ସେବନ କରି ଫେରିଯାଇଥିଲେ। ଆକାଶଙ୍କ ସହ ତାଙ୍କ ପତ୍ନୀ ଶୁଭ୍ରାଜ୍ୟୋତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଡ୍ରର ୨୦ ଏବଂ ଉଇ ଫର୍‌ ୟୁର ୫ ଜଣ ସଦସ୍ୟ ଆସିଥିଲେ। ଏଭଳି ୧୦ ବର୍ଷ ହେଲା ନିଆରା ଢଙ୍ଗରେ ଜନ୍ମଦିନ ପାଳୁଥିବା ଆକାଶ କହିଛନ୍ତି, ଖୁସି ବାଣ୍ଟିଲେ ବଢେ। କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ। ମଦର ଟେରେସା କହିଥିଲେ, ଯଦି ଆପଣ ଶହେ ଜଣଙ୍କୁ ଖୁଆଇ ପାରୁନାହାନ୍ତି ତେବେ ଜଣଙ୍କୁ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ। ଏହି ମର୍ମରେ ଯଦି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ତେବେ ଦୁନିଆ ବଦଳିଯିବ ବୋଲି ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri