ନିଆଁ ଲାଗି ଧାନଖରି ଭସ୍ମୀଭୂତ

ଟିକ୍ରାପଡା,୧୨ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଅଧିନ ପଟନିପିଟା ଗ୍ରାମରେ ବୈଶାଖୁ କାଲସାଏଙ୍କ ଖଳାରେ ବୁଧବାର ରାତିରେ ନିଆଁଲାଗି ଧାନ ଖରି ଜଳି ଯାଇଛି ା ମୁରିବାହାଲରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା ା ପ୍ରାୟ ୭୦ କୁଇଣ୍ଟାଲ ଧାନ ଏଥିଯୋଗୁ ନଷ୍ଟ ହୋଇଯାଇଥିବା ବୈଶାଖୁ ଟିକ୍ରାପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ନଷ୍ଟ ହୋଇଥିବା ଧାନର ମୂଲ୍ୟ ପ୍ରାୟ ୧ ଲକ୍ଷ ୧୫ ହଜାର ଅନୁମାନ କରାଯାଇଛି ା ଘଟଣାର ଅନୁସନ୍ଧାନ ଚାଲୁ ରହିଥିବା ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି। ବୈଶାଖୁଙ୍କ ପରିବାରରେ ଦଶ ଜଣ ସଦସ୍ୟ ରହିଥିବା ବେଳେ ସେମାନଙ୍କୁ କିଭଳି ଆହାର ଯୋଗାଇବେ ସେହି ଚିନ୍ତାରେ ବୈଶାଖୁ ପଡି ଯାଇଛନ୍ତି।