ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ ରେ ରହୁନି ସାମାଜିକ ଦୂରତ୍ବ

ବିଜେପୁର, ୪।୪(ଡି.ଏନ.ଏ.)ଲକ୍ ଡାଉନ୍ ପାଇଁ ନିଃସହାୟମାନଙ୍କ ଦୁଃଖ ଲାଘବ କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ କେତେକ ସ୍ଥାନରେ ସାମାଜିକ ଦୂରତ୍ବ ରହୁନଥିବା ଅଭିଯୋଗ ହେଉଛି। ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡାପାଲି ପଞ୍ଚାୟତରେ ନିଃସହାୟ ଲୋକଙ୍କୁ ଶନିବାର ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ ଏଠି ସାମାଜିକ ଦୂରତ୍ବ ରହୁନଥିବା ପରିଲକ୍ଷିତ ହେଉଛି। ଖାଦ୍ୟ ବଣ୍ଟନକାରୀଗଣ ମୁହଁରେ ମାସ୍କ ମଧ୍ୟ ଲଗାଇ ନ ଥିବା ଜଣାପଡିଛି।