ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ ବି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ତିନି ଖାନ୍‌(ସଲମାନ୍‌, ଶାହରୁଖ, ଆମିର)ଙ୍କ ରାଜ୍‌ ବଡ଼ ପରଦାରେ ଦେଖିବାକୁ ମିଳେ। ଏସବୁ ସତ୍ତ୍ୱେ ଯେଉଁ କେତେଜଣ ଅଭିନେତା ବଲିଉଡ୍‌ରେ ନିଜ ଅଭିନୟର ଛାପ ଛାଡ଼ିପାରିିଛନ୍ତି ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଅନ୍ୟତମ। ପଙ୍କଜ ‘ସୁପର-୩୦, ନ୍ୟୁଟନ, ସ୍ତ୍ରୀ, ଫ୍ୟାଣ୍ଟମ୍‌, କଳାକାଣ୍ଡି’ ଭଳି ଚଳଚ୍ଚିତ୍ରରେ କାମ କରି ନିଜ ଅଭିନୟର ପାରଦର୍ଶିତା ଦେଖାଇଛନ୍ତି। ଫିଲ୍ମଗୁଡ଼ିକରେ ସେ ନିଜ ଚରିତ୍ରକୁ ନେଇ ବାହା ବାଃ ମଧ୍ୟ ସାଉଁଟିଛନ୍ତି।

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ଅକ୍ଷୟଙ୍କ ଭଳି ଏବେଠାରୁ ଆଗାମୀ ବର୍ଷର ପ୍ରସ୍ତୁତି ଆରମ୍ଭ କରିଦେଲେଣି ପଙ୍କଜ। ଏବେ ତାଙ୍କ ହାତରେ ୯ଟି ଫିଲ୍ମ। ସେ ରଣବୀରଙ୍କ ସହ ଫିଲ୍ମ ‘୮୩’, ଇରଫାନଙ୍କ ସହ ‘ଅଗ୍ରେଜୀ ମିଡିୟମ’, ଜାହ୍ନବୀ କପୁରଙ୍କ ‘ଗୁଞ୍ଜନ ସକ୍ସେନା’, ‘ରୁହି ଅଫ୍‌ଜା’, ‘ମିମି’, ‘ତାନାଜି: ଦ ଅନ୍‌ସଙ୍ଗ ଓ୍ବାରିଅର୍‌’, ‘ପଙ୍ଗା’, ‘ସନ୍ଦିପ୍‌ ଔର ପିଙ୍କି ଫରାର’ସହ ଅନୁରାଗ ବାସୁଙ୍କ ଆଗାମୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ। ସେହିଭଳି ଓ୍ବେବ୍‌ ସିରିଜ୍‌ ’ମିର୍ଜାପୁର-୨’ରେ ମଧ୍ୟ ପଙ୍କଜ ପୁଣିଥରେ କାମ କରିବେ ବୋଲି ଜଣାପଡ଼ିଛି। ଏସବୁ ପ୍ରୋଜେକ୍ଟ ପାଇଁ ସେ ମଧ୍ୟ ଚୁକ୍ତିବଦ୍ଧ ହୋଇ ସାରିଛନ୍ତି। ଫିଲ୍ମ ତାଲିକାକୁ ଦେଖିଲେ ୨୦୨୦ ପଙ୍କଜଙ୍କ ପାଇଁ ବେଶ୍‌ ଭଲ ସାବ୍ୟସ୍ତ ହେବ ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri