ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଏସ୍‌ଏନ୍‌ସିୟୁରେ ଚିକିତ୍ସା କରାଯାଉଛି।
ସୂଚନା ମୁତାବକ, ଉପରୋକ୍ତ ଗ୍ରାମର କିଛି ମହିଳା ନାହାସୋଲ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ରାସ୍ତା କଡ଼ରେ ଏକ ବସ୍ତା ଭିତରୁ ଶିଶୁ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ସେମାନେ ବସ୍ତା ଖୋଲି ଏକ ଶିଶୁପୁତ୍ର ଥିବାର ଦେଖିବାକୁ ପାଇଲେ। ତା’ ଦେହରେ ଜନ୍ଦା, ପିମ୍ପୁଡ଼ି ଲାଗି ଯାଇଥିଲେ। ଯୁବ ନେତା ରାକେଶ ସିଂ, ଅଙ୍ଗନଓ୍ବାଡି କର୍ମୀ ସୀତା ହେମ୍ବ୍ରମ ଓ ଆଶା କର୍ମୀ ହୀରାମଣି ସୋରେନ୍‌ଙ୍କ ସହଯୋଗରେ ଶିଶୁପୁତ୍ରକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।