ନାଳରେ ବୁଡି ନାବାଳକ ମୃତ

କୋରାପୁଟ, ୧୪।୮(ସ୍ବ.ପ୍ର): କୋରାପୁଟ ଜିଲାର ଜଲାପୁଟ ପାଣ୍ଡି ଅନ୍ତର୍ଗତ ଝୁଲା ବ୍ରିଜ ନିକଟରେ ଥିବା ନାଳରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ରବି ଖିଲଙ୍କ ପୁଅ ସନ୍ଦୀପ ଖିଲ(୯)।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଦୀପ ମା’ଙ୍କ ସହ ଲୁଗା ସଫା କରିବା ପାଇଁ ଉକ୍ତ ନାଳକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଲୁଗା ସଫା ସରିବା ପରେ ସେ ପୁଅଙ୍କୁ ଖୋଜାଖୋଜି କରି ନ ପାଇ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଶେଷରେ ସନ୍ଦୀପଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରାଯାଇଥିଲା। ଘଟଣା ନେଇ ଜଲାପୁଟ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିରସାନୀ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ା ଏ ନେଇ ଜଲାପୁଟ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।