Categories: ଜାତୀୟ

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ ଜନଧନ ଯୋଜନାରେ ବ୍ୟାଙ୍କରେ ଗରିବ ଲୋକଙ୍କ ଖାତା ଖୋଲାଯାଇ ଏଟିଏମ୍‌ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଡ ଗୁଡିକ ସେମାନଙ୍କ ପାଖରେ ନ ପହଞ୍ଚି ନାଳରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଗ୍ରାମୀଣ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ପରେ ସେମାନେ ଆସି ଏଟିଏମ୍‌ଗୁଡିକୁ ନେଇଥିଲେ। ଏନେଇ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପଚରା ଯିବାରୁ ସେ କହିଥିଲେ, ଏଟିଏମ୍‌ଗୁଡିକୁ ଲୋକଙ୍କୁ ଦେବାପାଇଁ ପଠାଯାଇଥିଲା। କିନ୍ତୁ ସେଥିମଧ୍ୟରୁ କିଛି ଲୋକଙ୍କୁ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଥିବାବେଳେ ଆଉ କିଛି ବ୍ଲକ୍‌ ହୋଇଯାଇଥିଲା। ଫଳରେ ଏଗୁଡିକ ବଣ୍ଟାଯାଇପାରି ନ ଥିଲା ବୋଲି ସେ କହିଛନ୍ତି। ବନ୍ଦ ଲଫପାରେ ଥିବା ଏହି ଏଟିଏମ କାର୍ଡଗୁଡିକ ନାଳରେ କେମିତି ପଡିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

Share