ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। କେହି ଯୁବତୀ କିମ୍ବା ମହିଳା ଶିଶୁକୁ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, ଭୋର ସମୟରେ ଜଣେ ବୃଦ୍ଧ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଏକ ବ୍ୟାଗ୍‌ ଭିତରେ ଶିଶୁର କ୍ରନ୍ଦନ ଶୁଣି ଅଟକି ଯାଇଥିଲେ। ସେ ବ୍ୟାଗ୍‌ ଖୋଲି ଶିଶୁକନ୍ୟାକୁ ବାହାରକୁ ଆଣିଥିଲେ। ପରେ ଲୋକେ ସେଠାରେ ଜମା ହେବା ପରେ ଜଣେ ମହିଳା ଶିଶୁକନ୍ୟାଟିକୁ ଘରକୁ ଆଣି ସେବା କରୁଥିବା ଜଣାପଡ଼ିଛି। ଖବରଲେଖାଯିବା ପର୍ଯ୍ୟନ୍ତ ଚାଇଲ୍ଡ ହେଲ୍ପ ଲାଇନ୍‌ର ସଦସ୍ୟ ପହଞ୍ଚି ନ ଥିବା ଜଣାପଡ଼ିଛି।