ବଅଁରପାଳ, ୨୬ା୯(ଡି.ଏନ.ଏ.) – ନାଲ୍କୋ ବିଦ୍ୟୁତ ପ୍ରକଳ୍ପରେ ଏବେ କୋଇଲା ସଙ୍କଟ ଯୋଗୁ ୧୦ରୁ ୫ଟି ୟୁନିଟ ବନ୍ଦ ରହିଛି। ଫଳରେ ସିପିପି ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡିଛି। ସ୍ମେଲଟରରେ ୯୬୦ ଟି ପଟ୍ ଥିବାବେଳେ ବୁଧବାର ସୁଦ୍ଧା ୨୦ଟି ପଟ୍ ବନ୍ଦ ରହିଛି। ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବା ଯୋଗୁ ପଟଗୁଡିକ ଲୋ କିଲୋ ଆମ୍ପିୟରରେ ଚାଲିଛି। ବୁଧବାର ପଟଲାଇନ-୧ ୧୬୭ କିଲୋ ଆମ୍ପିୟରରେ ଚାଲିଛି। ସେହିପରି ପଟଲାଇନ-୨ ୧୬୭ ଆମ୍ପିୟର, ପଟଲାଇନ-୩ ୧୭୪ ଓ ପଟଲାଇନ-୪ ୧୬୪ କିଲୋ ଆମ୍ପିୟରରେ ଚାଲିଛି। ବର୍ତ୍ତମାନ ନାଲ୍କୋ କର୍ତ୍ତୃପକ୍ଷ ଗ୍ରୀଡରୁ ଚଢ଼ାଦରରେ ବିଦ୍ୟୁତ୍ ଶକ୍ତି କ୍ରୟ କରି ପ୍ଲାଣ୍ଟକୁ ଚଳାଉଛନ୍ତି। ସିପିପିରୁ ବିଦ୍ୟୁତ ହ୍ରାସ ଯୋଗୁ କର୍ତ୍ତୃପକ୍ଷ ଶତାଧିକ ପଟକୁ ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି। ମଙ୍ଗଳବାର ୧୦ଟି ପଟ୍ ବନ୍ଦ ହୋଇଥିବାବେଳେ ବୁଧବାର ଆଉ ୧୦ଟି ପଟ୍ ବନ୍ଦ କରାଯାଇଛି। ଏଥିଯୋଗୁ ସ୍ମେଲଟର ପ୍ଲାଣ୍ଟରେ ଆଲୁମିନିୟମ ଉତ୍ପାଦନ ହ୍ରାସ ପାଇଛି। ଗୋଟିଏ ପଟ୍ ୧୮୫ କିଲୋ ଆମ୍ପିୟରରେ ଚାଲିଲେ ୧୪୫୦ କେଜି ତରଳ ଆଲୁମିନିୟମ ଉତ୍ପାଦନ ହୋଇଥାଏ। ହେଲେ ବର୍ତ୍ତମାନ ପଟଗୁଡିକ ଲୋ ଆମ୍ପିୟରରେ ଚାଲିବା ଯୋଗୁ ଗୋଟିଏ ପଟ୍ରୁ ୮୫୦ରୁ ୯୦୦ କେଜି ଆଲୁମିନିୟମ ଉତ୍ପାଦନ ହେଉଛି। କ୍ୟାପିଟାଲ ରିପେୟାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପଟ୍ ବନ୍ଦ କରାଯିବାକୁ ନେଇ ନେସ୍ ସଙ୍ଗଠନ ପକ୍ଷରୁ ସାଧାରଣ ସମ୍ପାଦକ ନିର୍ମଳ ସାମଲ ଉଦ୍ବେଗ ପ୍ରକାଶ କରିଛନ୍ତି।
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍
ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…
ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ
ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…
ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…
ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା
ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…
Archives

