ନାଲକୋରେ ଭାଙ୍ଗିଲା ପାଚେରୀ: ୪ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି, ଗୋଟିଏ ଗାଁ ଅନ୍ଧାରରେ

ବଅଁରପାଳ,୨୭।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଲକ୍ଷ୍ମଣପୁର ଗଁ। ନିକଟରେ ତିଆରି ହୋଇଥିବା ନାଲକୋ ପାଚେରୀ ଶନିବାର ସକାଳୁ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ ଏହି ପାଚେରୀ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତେବେ ଭାଙ୍ଗିଯାଇଥିବା ଏହି ପାଚେରୀ ଯୋଗୁ ନାଲକୋର ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ଅପରପକ୍ଷରେ ଏଥିଯୋଗୁ ଉକ୍ତ ଗଁ।କୁ ଯାଇଥିବା ବିଦ୍ୟୁତ୍‌ ତାର ମଧ୍ୟ ଛିଣ୍ଡିଯାଇଛି। ଫଳରେ ସମଗ୍ର ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି। ଘଟଣାସ୍ଥଳରେ ନାଲକୋ ଇଷ୍ଟେଟ ବିଭାଗ ଅଧିକାରୀ ଓ ସିଭିଲି ବିଭାଗ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ ପ୍ରାୟ ୧ ବର୍ଷ ପୂର୍ବରୁ ନୂତନ ଭାବେ ଏହି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଏହା କିପରି ଭାଙ୍ଗିଗଲା ତା’ର କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।