ନାରୀ ସଶକ୍ତୀକରଣ ଓ ଗାନ୍ଧିଜୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାମତ୍ା ଗାନ୍ଧୀ। ନାରୀ ମୁକ୍ତି ଆନ୍ଦୋଳନର ସଶକ୍ତ ପ୍ରବକ୍ତା। ତାଙ୍କ ମତରେ ସମାଜରୂପକ ଗାଡ଼ିର ଦୁଇଟି ଚକ- ନାରୀ ଓ ପୁରୁଷ। ଏ ଦୁଇଟି ଚକ ସମାନ ଭାବରେ ନ ଚାଲିଲେ ସମ୍ଭବ ହେବନି ପରିବାର ତଥା ସମାଜର ସର୍ବାଙ୍ଗୀନ ଉନ୍ନତି। ଏ କଥା ସତ୍ୟ ଯେ ମନୁଷ୍ୟ ଭାବରେ ନାରୀ ଓ ପୁରୁଷ ଭିନ୍ନ ନୁହନ୍ତି, ଏକ ଓ ସମାନ। ମାତ୍ର ଆମ ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥାରେ ରହିଛି ଏକ ଭାରସାମ୍ୟହୀନ ବ୍ୟବଧାନ। ଯେଉଁ ବ୍ୟବଧାନ ବିରୁଦ୍ଧରେ ପ୍ରଶ୍ନ ପଚାରିବା କିମ୍ବା ପ୍ରତିବାଦ କରିବା ପାଇଁ କେବେ ସାହସ ଜୁଟେଇ ପାରି ନ ଥିଲା ପ୍ରାକ୍‌ ସ୍ବାଧୀନତାକାଳୀନ ଭାରତୀୟ ନାରୀ। କାରଣ ସେ ଜାଣିଥିଲା ପ୍ରଶ୍ନ ପଚାରିବା କିମ୍ବା ପ୍ରତିବାଦ କରିବା ନାରୀ ଧର୍ମର ପରିପନ୍ଥୀ। ଯେକୌଣସି ପରିସ୍ଥିତିରେ ସବୁ ଅନ୍ୟାୟ ଅତ୍ୟାଚାରକୁ ସହିଯିବା ହିଁ ନାରୀର ଆଦର୍ଶ। ତେଣୁ ପ୍ରଚଳିତ ପରମ୍ପରାକୁ ନିଷ୍ଠାର ସହ ପାଳନ କରି ଯିଏ ନିଜ ପ୍ରତି ଯେତେ ବେଶି ଅବହେଳା ପ୍ରଦର୍ଶନ କରିପାରେ, ସେ ସମାଜ ଆଖିରେ ହୁଏ ସେତେ ବେଶି ମହୀୟସୀ।
ମହୀୟସୀ ହେବା ମୋହରେ ଭାରତୀୟ ସମାଜରେ ନାରୀ କେବେ ପୁରୁଷ ସହ ସମତୁଲ ଜୀବନ ବଞ୍ଚତ୍ନି ବରଂ ବଞ୍ଚତ୍ଚି ନିହାତି ଏକ ଅବହେଳିତ ଜୀବନ। ସେଥିପାଇଁ ନାରୀ ଏଠି ଅବଳା ଓ ଦୁର୍ବଳା। ନିଜ ଗୋଡ଼ରେ ନିଜେ ଛିଡ଼ାହେବା ତଥା ନିଜକୁ ସୁରକ୍ଷା ଦେବା କ୍ଷେତ୍ରରେ ସେ ଅସହାୟ। ନାରୀର ଏହି ଅସହାୟତାକୁ ଅସ୍ବୀକାର କଲେ ପ୍ରଥମେ ଗାନ୍ଧିଜୀ। ପରମ୍ପରାଗତ ବିଚାରବୋଧକୁ ଭାଙ୍ଗିବା ପାଇଁ ସେ ଭାରତୀୟ ନାରୀ ସମ୍ମୁଖରେ ତୋଳି ଧରିଲେ ପୁରାଣ ଓ ଇତିହାସର ତେଜୋଦୀପ୍ତ, ସ୍ବାଭିମାନୀ ନାରୀଙ୍କର ଆଦର୍ଶ। ନିଜକୁ ଅସହାୟ ମଣୁଥିବା ନାରୀଙ୍କୁ ଘର କୋଣରୁ ଆକର୍ଷି ଆଣି ସେମାନଙ୍କ ଭିତରେ ଭରିଦେଲେ ଅସାମାନ୍ୟ ସାହସ, ସାମର୍ଥ୍ୟ ଓ ଆମତ୍ସନ୍ତୋଷ। ସେମାନଙ୍କ ବ୍ୟକ୍ତି ମର୍ଯ୍ୟାଦାକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହିତ ତାଙ୍କ ମୌଳିକ ଅଧିକାର କ୍ଷେତ୍ରରେ ଯୋଡ଼ିଲେ ନୂଆ ଦିଗନ୍ତ। ମହିଳାଙ୍କୁ କେହି ଅବଳା ଦୁର୍ବଳା କହିଲେ ସେ ତା’ର ଦୃଢ ପ୍ରତିବାଦ କରି କହନ୍ତି- ମହିଳାମାନଙ୍କୁ ଦୁର୍ବଳ ବିବେଚନା କରିବା ଅର୍ଥ ସେମାନଙ୍କ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିବା ସହ ସମାନ।
ଗାନ୍ଧିଜୀ କହୁଥିଲେ, ନାରୀ ନିଜର ଅନ୍ତର୍ନିହିତ ଶକ୍ତିକୁ ବିନିଯୋଗ କରିପାରିଲେ ନାରୀତ୍ୱର ପୂର୍ଣ୍ଣ ବିକାଶ ହେବା ସହିତ ସମାଜ ଆଗକୁ ବଢ଼ିପାରିବ ଠିକଣା ଭାବରେ। ତେଣୁ ରକ୍ଷଣଶୀଳ ସମାଜରୁ ଆଗକୁ ଆସିବା ପାଇଁ ସେ ପ୍ରଥମେ କସ୍ତୁରବାଙ୍କୁ ସାମିଲ କଲେ ସ୍ବାଧୀନତା ସଂଗ୍ରାମରେ। ୧୯୧୯ ମସିହାରେ ବମ୍ବେରେ ଏକ ମହିଳା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଥିଲେ- ଯେପର୍ଯ୍ୟନ୍ତ ପୁରୁଷଙ୍କ ପରି ମହିଳାମାନେ ଦେଶର ସାମୂହିକ ବିକାଶରେ ସମଭାଗୀ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ।
ଭାରତୀୟ ମୁକ୍ତିସଂଗ୍ରାମ ପରିପ୍ରେକ୍ଷୀରେ ନାରୀ ଜାଗରଣ ଥିଲା ଗାନ୍ଧିବାଦୀ ଚିନ୍ତନର ମହତ୍ତ୍ୱପୂର୍ଣ୍ଣ ଦିଗ। ଖେଡ଼ା ଓ ବର୍ଦ୍ଦୋଳୀ ସତ୍ୟାଗ୍ରହରେ ଗାନ୍ଧିଜୀ ନିଜ ପ୍ରୟୋଗରେ ସଫଳ ହେଲେ, ଯେଉଁ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବହୁ ସଂଖ୍ୟକ ଉଚ୍ଚବର୍ଗର ଅଭିଜାତ ମହିଳା। ତା’ର ଗଭୀର ପ୍ରଭାବ ଅନୁଭୂତ ହେଲା ଦେଶବ୍ୟାପୀ ମହିଳା ସମାଜ ଉପରେ। ବର୍ଦ୍ଦୋଳୀ ସଫଳତା ସାରା ଦେଶରେ ଏଭଳି ପ୍ରଭାବ ପକାଇଲା ଯେ ତାକୁ ଏଡ଼େଇ ପାରି ନ ଥିଲେ ଦୁର୍ଗମ, ଅପନ୍ତରା ପଲ୍ଲୀ ଅଞ୍ଚଳରେ ଚୁଲିମୁଣ୍ଡରେ କାଳ କାଟୁଥିବା ମହିଳାମାନେ। ଗାନ୍ଧିଜୀଙ୍କ ଆହ୍ବାନକ୍ରମେ ବନ୍ଦିନୀ ଜୀବନରୁ ମୁକୁଳି ଆସି ସେମାନେ ଯୋଗଦେଲେ ମୁକ୍ତି ସଂଗ୍ରାମରେ। ମନମୋହନ ଚୌଧୁରୀଙ୍କ ବକ୍ତବ୍ୟ ଅନୁସାରେ ରମାଦେବୀ, ମାଳତୀ ଦେବୀ ଓ କୁଜଙ୍ଗ ରାଣୀଙ୍କ ନେତୃତ୍ୱରେ ହଜାର ହଜାର ନିପଟ ଗାଉଁଲି ମହିଳା ଟୋକେଇ ପାଛିଆ ଧରି ଆଇନ ଭାଙ୍ଗି ମାଟି ସଂଗ୍ରହ କରିବାରେ ଲାଗିଲେ। ଯେଉଁ ମହିଳାମାନେ ବାହାର ଲୋକ ଦେଖିଲେ ଲମ୍ବା ଓଢ଼ଣା ଟାଣି ଘର କୋଣରେ ପଶୁଥିଲେ, ସେମାନଙ୍କର ଏ କାଣ୍ଡ ଦେଖି ବଲବଲ କରି ଚାହିଁଲେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ହାକିମ। ଅର୍ଥାତ୍‌ ସାରା ଭାରତବର୍ଷରେ ନାରୀ ସମାଜ ଭିତରେ ଯେତେବେଳେ ଉନ୍ମାଦନାର ସ୍ରୋତ ଛୁଟିଲା ସେତେବେଳେ ଘରକୋଣରେ ପଶି ନ ଥିଲେ ଓଡ଼ିଶାର ମହିଳାମାନେ।
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ଗାନ୍ଧିଜୀ। ପରଦିନ କଟକ ବିନୋଦ ବିହାରୀଠାରେ କେବଳ ମହିଳାମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା, ଯେଉଁ ସଭାରେ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡ଼ିଆରେ ଅନୁବାଦ କରିଥିଲେ ସତ୍ୟାଗ୍ରହର ସୁକନ୍ୟା ସାରଳା ଦେବୀ। ୧୯୨୪ମସିହା ଜୁନ୍‌ ୩୦ରେ କଟକ ସ୍ବରାଜ ଆଶ୍ରମରେ ଏକ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଯୋଗଦେଇଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଦୁଇଶହ ମହିଳା। ୧୯୩୨ ମସିହାରେ ଓଡ଼ିଶାରେ ହେବାକୁ ଥିବା କଂଗ୍ରେସ ଅଧିବେଶନ ନିମନ୍ତେ ପୁରୀରେ ଯେଉଁ ସ୍ବେଚ୍ଛାସେବୀ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଥିଲା, ସେଥିରେ ତାଲିମ ନେଇଥିଲେ ୫୫ଜଣ ପୁରୁଷଙ୍କ ସହ ୩୩ଜଣ ମହିଳା। ପରବର୍ତ୍ତୀ ସମୟରେ ଏହି ତାଲିମପ୍ରାପ୍ତ ନାରୀନେତ୍ରୀମାନେ ଗ୍ରହଣ କରିଥିଲେ ନାରୀ ଜାଗରଣ ତଥା ଗାନ୍ଧୀ ବାର୍ତ୍ତା ପ୍ରଚାରର ଅଗ୍ରଣୀ ଭୂମିକା। ଲବଣ ସତ୍ୟାଗ୍ରହ ବେଳେ ବାଲେଶ୍ୱର ଇଞ୍ଚୁଡ଼ିରେ ପହଞ୍ଚତ୍ ଆଇନଅମାନ୍ୟ କରିଥିଲେ ଶହଶହ ମହିଳା ସତ୍ୟାଗ୍ରହୀ। ୧୯୪୨ ଭାରତଛାଡ଼ ଆନ୍ଦୋଳନ ବେଳେ କେବଳ କଟକ ଜେଲରେ ବନ୍ଦୀହୋଇ ରହିଥିଲେ ୨୩ଜଣ ମହିଳା ସତ୍ୟାଗ୍ରହୀ। ୧୯୩୪ମସିହାରେ ପୁରୀରୁ ଭଦ୍ରକ ହରିଜନ ପଦଯାତ୍ରା ବେଳେ ଗାନ୍ଧିଜୀଙ୍କୁ ଅଭିଭୂତ କରିଥିଲା ଓଡ଼ିଶା ମହିଳା ସତ୍ୟାଗ୍ରହୀମାନଙ୍କ ଦେଶପ୍ରେମ ଓ ସେବା ମନୋଭାବ। ବିଶେଷ କରି ରମାଦେବୀଙ୍କ ଅଦ୍ଭୁତ ସାଂଗଠନିକ ଶକ୍ତି ତାଙ୍କୁ ଏଭଳି ଚକିତ କରିଦେଇଥିଲା ଯେ ସେ ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବୋଲି କହିପକେଇଥିଲେ ମଜାରେ। ପଦଯାତ୍ରା ବେଳେ ମହିଳା କର୍ମୀମାନଙ୍କ ଦେଶଭକ୍ତି ଓ କାମ କରିବାର ଐକାନ୍ତିକ ସ୍ପୃହା ଲକ୍ଷ୍ୟକରି ସେ କହିଥିଲେ, ଭାରତରେ ହଜାର ହଜାର ସ୍ତ୍ରୀ ଲୋକଙ୍କ ସହିତ ମିଶିବାର ସୁଯୋଗ ମୋତେ ମିଳିଛି, ମୁଁ ସେମାନଙ୍କର କାମ ଦେଖିଛି, କିନ୍ତୁ ରମାଦେବୀ ଓ ତାଙ୍କ ଛୋଟିଆ ଦଳଟି ଯେପରି ସ୍ବାଭାବିକ ଓ ସୁନ୍ଦର ଭାବରେ କାର୍ଯ୍ୟ କରିଯାଉଥିବାର ଦେଖିଲି ତାହା ଅନ୍ୟତ୍ର ବିରଳ। ବାସ୍ତବରେ ଆମତ୍ତ୍ୟାଗ ଓ ଜନସେବାର ଅସୀମ ସାମର୍ଥ୍ୟ ରଖିଥିଲେ ମା’ ରମାଦେବୀ।
ବରୀର ଅଳକା ଆଶ୍ରମ ଥିଲା ନାରୀ ଜାଗରଣର ପ୍ରଧାନ କେନ୍ଦ୍ର। ଗୋଦାବରୀ ଦେବୀ, ସୁଶୀଳା ଦେବୀ, ତୁଳସୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ମାଣିକ ଦେବୀ, ମଙ୍ଗଳା ସେନ୍‌ଗୁପ୍ତ, ଶୋଭାରାଣୀ ପଣ୍ଡା ପ୍ରମୁଖ ସେହିଠାରୁ ହିଁ ପାଇଥିଲେ ଦେଶସେବାର ଶିକ୍ଷା। ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ନାରୀମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କଲାବେଳେ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ଆଖିଆଗକୁ ଆସେ ତାହା ହେଲା ୨୮ଟି ଦମ୍ପତିଙ୍କ କାରାବରଣ। ରମାଦେବୀ, ସରଳା ଦେବୀ, ହାରାମଣି ଦେବୀ, ପ୍ରିୟମ୍ବଦା ଦେବୀ, ଗୋଦାବରୀ ଦେବୀ, ଶଶିକଳା କାନୁନ୍‌ଗୋ, ଶକୁନ୍ତଳା ଦାସ, କିରଣବାଳା ମହାନ୍ତି, ସୁନ୍ଦରମଣି ଦେବୀ, ଜମ୍ବୁବତୀ ଦେବୀ ପ୍ରମୁଖ ନାରୀ ସତାଗ୍ରହୀମାନେ ନିଜ ସ୍ବାମୀଙ୍କ ସହ ମିଶି ଇଂରେଜ ସରକାରଙ୍କ ବିରୋଧରେ ଲଢେଇ କରିଛନ୍ତି ଏବଂ କାରାବରଣ କରିଛନ୍ତି ଗାନ୍ଧିଜୀଙ୍କ ଆହ୍ବାନକ୍ରମେ।
ଭାରତରେ ବ୍ୟବସ୍ଥାପକ ସଭାଗୁଡ଼ିକରେ ମହିଳାମାନଙ୍କ ଆନୁପାତିକ ପ୍ରତିନିଧିତ୍ୱ ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରିଥିଲେ ଗାନ୍ଧିଜୀ। ୧୯୩୧ ମସିହାରେ ତାଙ୍କୁ ଲଣ୍ଡନରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଯେଉଁ ବ୍ୟବସ୍ଥାପକ ସଭାରେ ମହିଳାମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ରହିବନି, ସେଭଳି ସଭାକୁ ବୟକଟ କରିବା ଉଚିତ ଏବଂ ସେ ଏହି ନୀତିକୁ ଅବଲମ୍ବନ କରିବେ ଭାରତ ବର୍ଷରେ। ଅଥଚ ସ୍ବାଧୀନତାର ୭୩ବର୍ଷ ପରେ ବି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଭାରତର ବ୍ୟବସ୍ଥାପକ ସଭାଗୁଡ଼ିକରେ ମହିଳାମାନଙ୍କୁ ମିଳିପାରିନି ଉପଯୁକ୍ତ ପ୍ରତିନିଧିତ୍ୱ।
ଅଧ୍ୟକ୍ଷ, ଫୁଲମତି ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?