ନାରୀଙ୍କ ଉଦାହରଣ ସାଜିଛନ୍ତି ସୁମିତ୍ରା

ବ୍ରହ୍ମପୁର ଅଫିସ,୨୧ା୧-ରେଶମନଗରୀ ମହିଳାମାନେ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି ା ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହୋଇ ପରିବାର ସମ୍ଭାଳୁଛନ୍ତି ସୁମିତ୍ରା ପାତ୍ର। ବ୍ରହ୍ମପୁର ଗେଟବଜାରସ୍ଥିତ ବିଲସାହିର ସୁମିତ୍ରା ଅନ୍ୟ ନାରୀଙ୍କ ପାଇଁ ଉଦାହରଣ ପାଲଟିିଛନ୍ତି। ୧୫ ବର୍ଷ ପୂର୍ବେ ଶ୍ରୀରାମନଗର ସାହିର ସୁମିତ୍ରାଙ୍କ ବିବାହ ଗେଟବଜାର ବିଲସାହିର ରବୀନ୍ଦ୍ର ପାତ୍ରଙ୍କ ସହ ହୋଇଥିଲା ା ୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ହଠାତ୍‌ ଦିନେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା ା ମସ୍ତିଷ୍କ ରୋଗରେ ସ୍ବାମୀ ରବୀନ୍ଦ୍ର ଆରପାରିକୁ ଚାଲିଗଲେ ା ଆର୍ଥିକ ଅନଟନରେ ଗତି କରି ଆସୁଥିବା ସୁମିତ୍ରାଙ୍କ ପରିବାରରେ ଥିବା ୮ବର୍ଷର ପୁଅ ସହ ବର୍ଷକର ଛୋଟ ଝିଅ। ସେମାନଙ୍କ ତୁଣ୍ଡରେ ଦୁଇଓଳି ଦୁଇମୁଠା ଅନ୍ନ ଯୋଗାଡ଼ରେ ବାହାରକୁ ପାଦ କାଢ଼ିବାକୁ ସୁମିତ୍ରା ସ୍ଥିର କଲେ ା କିନ୍ତୁ ତାଙ୍କ ପିଉସା ଶ୍ୱଶୁର ତାଙ୍କୁ ଘରେ କାକରା ତିଆରି କରି ଦୋକାନକୁ ଦେବାକୁ କହିଥିଲେ ା ସୁମିତ୍ରା ସେତେବେଳେ କାମ ଜାଣି ନ ଥିଲେ ା ଏହି କାମରେ ମା’ ଓ ତାଙ୍କ ଶାଶୁଙ୍କ ଅବଦାନ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ା ପ୍ରଥମେ ପ୍ରଥମେ ୧୦୦ କାକରା କରି ‘କାମା ମିଠା’ ଦୋକାନରେ ବିକ୍ରି କରୁଥିଲେ ା ଧୀରେ ଧୀରେ ତାଙ୍କ ବ୍ୟବସାୟ ବଢ଼ିବାରେ ଲାଗିଲା ା ବର୍ତ୍ତମାନ ଦିନକୁ ୫ଶହରୁ ଊର୍ଦ୍ଧ୍ୱ କାକରା, ୧୫୦ରୁ ଊର୍ଦ୍ଧ୍ୱ ସିଙ୍ଗଡ଼ା ଓ ୧୦୦ ଚନ୍ଦ୍ରକାନ୍ତି କାମା ମିଠା ଦୋକାନ, ଦୁର୍ଗାଦେବୀ ମିଠା ଦୋକାନ, ବିଭିନ୍ନ ଚା ଦୋକାନକୁ ପ୍ରତିଦିନ ବିକ୍ରି ପାଇଁ ଯାଉଛି। ସୁମିତ୍ରାଙ୍କ ହାତ ତିଆରି କାକରା ଗ୍ରାହକଙ୍କ ମନ କିଣି ନେଇଥାଏ ା
ପୁଅ ଆରିଆନ୍‌ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଅନ୍ବେଷା ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି ା ସେମାନଙ୍କ ପଢ଼ା ଖର୍ଚ୍ଚ, ପୋଷାକପତ୍ର ସହ ଯାବତୀୟ ଖର୍ଚ୍ଚ ସୁମିତ୍ରା ବହନ କରୁଛନ୍ତି ା ଦୁହିଁଙ୍କ ଭବିଷ୍ୟତ ନେଇ ସେ ଆଶାବାଦୀ ଅଛନ୍ତି ା ବାପାଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଇନାହାନ୍ତି ପିଲାମାନଙ୍କୁ ା ସେ ରୋଜଗାରକ୍ଷମ ହେବା ସହ ୩ ଜଣଙ୍କୁ ମଧ୍ୟ କାମ ଯୋଗାଇ ଦେଇଛନ୍ତି ା ସକାଳୁ ଘର କାମ, ପିଲାଙ୍କ ପଢ଼ା ଦେଖିବା ପରେ କାକରା ତିଆରି କରି ନିଜେ ବିଭିନ୍ନ ଦୋକାନରେ ଦେଇଆସନ୍ତି ା ନାରୀ ଅବଳା ଦୁର୍ବଳା ନୁହେଁ, ସେ ପ୍ରମାଣ କରି ଦେଖାଇ ପାରିଛନ୍ତି ା ସ୍ବାମୀଙ୍କ ବିନା ପରିବାରର ବୋଝ ସମ୍ଭାଳିବା କେତେ କଷ୍ଟ ତଥାପି ସେ ହାର ମାନି ନାହାନ୍ତି। ବର୍ଷା ହେଉ କି ଖରା, ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି ା
ଅନ୍ୟ ନାରୀଙ୍କୁ ମଧ୍ୟ ନିଜ ଗୋଡ଼ରେ ଠିଆ ହେବା ପାଇଁ ସନ୍ଦେଶ ଦେଇଛନ୍ତି ା
ସ୍ବାବଲମ୍ବୀ ହେବା ପଛର ସବୁ ଶ୍ରେୟ ନିଜ ଶାଶୁ ମା’ଙ୍କୁ ଦେଇଛନ୍ତି ସୁମିତ୍ରା ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri