ନାବାଳିକା ବିବାହ ରୋକିଲା ଚାଇଲ୍ଡଲାଇନ ଟିମ୍‌

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ନୟାଗଡ଼ ଚାଲ୍ଡଲାଇନ ଟିମ୍‌ ବୁଧବାର ଖଣ୍ଡପଡା ଅଞ୍ଚଳରେ ଏକ ନାବାଳିକା ବିବାହ ବନ୍ଦ କରାଇଛି। ଖଣ୍ଡପଡା ସହରରସ୍ଥିତ ମା’ ଉମାଦେବୀଙ୍କ ମନ୍ଦିର ପରିସରରେ ୧୭ ବର୍ଷର ନାବାଳିକାଙ୍କୁ ବିବାହ ଦେବା ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଚାଇଲ୍ଡଲାଇନ ଟିମ୍‌ ସଦସ୍ୟ ସଞ୍ଜୟ କୁମାର ସାହୁ ଓ ସ୍ବର୍ଣ୍ଣଲତା ଜେନା ମନ୍ଦିର ପରିସରରେ ପହଞ୍ଚତ୍ ଏହାକୁ ବନ୍ଦ କରାଇଥିଲେ। ଚାଇଲ୍ଡ ଲାଇନ ଟିମ୍‌ ଏ ସମ୍ପର୍କରେ ଖଣ୍ଡପଡା ଥାନା ପୋଲିସକୁ ସୂଚନା ଦେବା ସହ ନାବାଳିକାଙ୍କୁ ନୟାଗଡ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଛି। ଉକ୍ତ ନାବାଳିକାଙ୍କ ଘର ଇଟାମାଟି ଥାନା ଅଞ୍ଚଳରେ ହାଇଥିବା ବେଳେ ବରଘର ଖଣ୍ଡପଡା ଥାନା ଅଞ୍ଚଳରେ।