ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତ ପଡୋଶୀ ଯୁବକ ଗିରଫ

ଚାନ୍ଦବାଲି,୧୬।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ ଚଡଦିଆ ଗ୍ରାମ ପଞ୍ଚାୟତର ଚଡଦିଆ ଗାଁର ଜଣେ ୫ ବର୍ଷର ନାବାଳିକା ବଳାତ୍କାର ଅଭିଯୋଗରେ ପଡୋଶୀ ଘରର ଜଣେ ଯୁବକକୁ ବାଂଶଡା ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ବାଚୁ ମହାଳିକ(୩୨) ା ଏ ନେଇ ବାଂଶଡା ଥାନାରେ ୧୦୯/୨୦୨୦ରେ ମାମଲା ରୁଜୁ ହୋଇଛି ା ସୂଚନା ଅନୁସାରେ ଗତ ଶନିବାର ରାତି ପ୍ରାୟ ୭ଟା ବେଳେ ସଂପୃକ୍ତ ଯୁବକ ଜଣଙ୍କ ପଡିଶାର ଘରର ଜଣେ ନାବାଳିକାକୁ ଚକୋଲେଟ୍‌ ଓ ବିସ୍କୁଟ ଖାଇବାକୁ କହି ନିଜ ଘରକୁ ଡାକି ନେଇଥିଲା ା ରାତି ଅନ୍ଧାରରେ ଘର ନିକଟସ୍ଥ ପଞ୍ଚାୟତ ଅଫିସ୍‌ ପରିସରରେ ଯୁବକ ଜଣଙ୍କ ନାବାଳିକାକୁ ବଳାତ୍କାର କରିବାର ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକୋ ସେଠାରେ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଧରିଥିଲେ। ରବିବାର ନାବାଳିକାଙ୍କ ବାପା ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ପୋଲିସ ଗାଁରେ ପହଞ୍ଚିି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ଯୁବକକୁ ଗିରଫ କରିଥିଲା ା ଏହି ଘଟଣାକୁ ନେଇ ‌ଉତ୍ତେଜନା ପ୍ରକାଶ ପାଇବାରୁ ଗାଁରେ ପୋଲିସ୍‌ ମୁତୟନ କରାଯାଇଛି ା ନାବାଳିକାଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ା