ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର ଏହାର ବିଚାର କରି ଦୋଷୀ ସୁନାରାମ ଟୁଡୁ(୨୨)ଙ୍କୁ ୬ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏହାସହ ୬ହଜାର ଟଙ୍କା ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ୨୦୧୮ ଜୁନ୍‌ ୨୫ରେ ଠାକୁରମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏକୁଟିଆ ପାଇ ସୁନାରାମ ତାଙ୍କୁ ବଳାତ୍କାର କରିବା ସହ ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବାକୁ ଧମକ ଦେଇଥିଲେ। ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୨୬/୧୮) ରୁଜୁ କରି ଅଭିଯୁକ୍ତ ସୁନାରାମଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।