ନାବାଳିକା ଉଦ୍ଧାର, ଅପହରଣକାରୀ କୋର୍ଟ ଚାଲାଣ

ଧର୍ମଶାଳା,୧୬ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ସୋମବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ନୂଆଖୁଣ୍ଟା ଗ୍ରାମର ବୁଲୁ ଦଳେଇ। ୨୦୧୭ ଅକ୍ଟୋବର ୧୦ତାରିଖରେ ବୁଲୁ ଉକ୍ତ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନ.ଂ ୪୧୦/୧୭) ରୁଜୁକରି ତଦନ୍ତ ଚଳାଇଥିଲା। ସୋମବାର ବୁଲୁ ନାବାଳିକାଙ୍କୁ ନେଇ ଘରକୁ ଆସିଥିବା ଖବର ପାଇ ପୋଲିସ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାରକ କରିବା ସହ ବୁଲୁଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଧର୍ମଶାଳା ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତ ବୁଲୁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ମାଜିଷ୍ଟ୍ରେଟ୍‌ ନିକଟରେ ହାଜର କରାଯାଇଥିବା ଜଣାପଡିଛି।