ନାବାଳିକାଙ୍କୁ ବଳାତ୍କାର: ଦିବ୍ୟାଙ୍ଗ ଯୁବକ ଅଟକ

ବାହାନଗା, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୩୩୦/୧୯) ରୁଜୁ କରିଛି।
ସମ୍ପୃକ୍ତ ନାବାଳିକା ପୂର୍ବାହ୍ନ ୧୧ଟା ବେଳେ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ। ଉକ୍ତ ଯୁବକ ଏକାକୀର ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକା ଘରେ ଜଣାଇବା ପରେ ତାଙ୍କ ମା’ ଥାନାର ଆଶ୍ରୟ ନେଇଛନ୍ତି। ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି।