Categories: ରାଜ୍ୟ

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୬।୭: ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଶୁକ୍ରବାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁସାରେ, ଅନୁଗୋଳ ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମରେ ୨୦୧୯ ଜାନୁଆରୀ ୨୦ରେ ୧୩ ବର୍ଷିୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ଅନାମ ଦେହୁରୀ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରିଥିଲେ। ଏହି ମାମଲାର ଶୁଣାଣିକରି ଆଡିଶ୍‌ନାଲ ଜିଲା ଜଜ୍‌ କମ୍‌ ସେକ୍ସନ ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଅଧାରକରି ଦଣ୍ଡ ବିଧାନ କରାଯାଇଥିବା ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋକ୍ସୋ ଆଇନ ଲାଗୁ ହେବା ପରେ ଏହା ହେଉଛି ଅନୁଗୋଳ ଜିଲାର ପ୍ରଥମ ଫାଶୀ ଦଣ୍ଡାଦେଶ।