ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ପାଟପୁର,୧ା୧୨-ପାଟପୁର ଥାନା ଅଞ୍ଚଳରେ ଘରୁ ଟେକି ନେଇ ଜଣେ ପଞ୍ଚମ ଶେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମରେ ଶନିବାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଅକ୍ଷୟ ନାଇକ। ନାବାଳିକାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପାଟପୁର ଥାନାରେ ନଂ. ୨୫୭/୧୯ରେ ଦଫା ୩୬୩/୩୨୩/୨୫୪ବି/୨୯୪/୫୦୬/ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନର ଧାରା ୧୦ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି ା
ପ୍ରକାଶ ଯେ, ଶନିବାର ଅପରାହ୍ନରେ ଛାତ୍ରୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ନିକଟସ୍ଥ ଏକ ଗୁହାଳ ଘରକୁ ଟେକି ନେଇ ବଳାକତ୍ାର ଉଦ୍ୟମ କରିଥିଲେ। ଛାତ୍ରୀ ପାଟି କରିବାରୁ ସେ ତାଙ୍କୁ ମାଡ ମାରିଥିଲେ। ପରେ ଛାତ୍ରୀଙ୍କ ପାଟି ଶୁଣି ଜଣେ ମହିଳା ଘଟଣାସ୍ଥଳରେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଛାତ୍ରୀଙ୍କ ମା ଅଭିଯୁକ୍ତଙ୍କୁ ପଚାରିବାରୁ ପୋଲିସକୁ କହିଲେ ତୁମ ପରିବାରକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏତଲା ପାଇ ତଦନ୍ତକାରୀ ଏସ୍‌ଆଇ ପ୍ରୀତିମରୀ ଗଡନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରିଥିଲେ।