Categories: ଗଞ୍ଜାମ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ନାବାଳିକାଙ୍କ ମା’ଙ୍କ ଅଭିଯୋଗ ହେଲା, ଝିଅ ଗଁା ପାଖ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢନ୍ତି। ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ସେ ଟ୍ୟୁସନ ଯାଇ ସନ୍ଧ୍ୟା ସାଢେ ୬ଟାରେ ଘରକୁ ଫେରନ୍ତି। ଜୁନ ୧୯ରେ ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତାରେ ଏକୁଟିଆ ପାଇ ଗ୍ରାମର ଜଣେ ଯୁବକ ତାଙ୍କୁ ଛୁରି ଦେଖାଇ ଅଟକାଇଥିଲେ। ପରେ ନିକଟସ୍ଥ ବଣକୁ ନେଇ ବଳାତ୍କାର କରିଥିଲେ। ବଳାତ୍କାର ସମୟରେ କେତେକ ଫଟୋ ମଧ୍ୟ ଉଠାଇଥିଲେ। କାହାକୁ ଏନେଇ ଜଣାଇଲେ ଫଟୋ ସୋସିଆଲ ମିଡିଆରେ ଛାଡିଦେବାକୁ ସେ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ଧମକ ଦେଇ ସମ୍ପୃକ୍ତ ଯୁବକ ଓ ତାଙ୍କ ୨ ସହଯୋଗୀ ନାବାଳିକାଙ୍କୁ ବଳାତ୍କାର କରିଆସୁଥିଲେ। ମାତ୍ର ଉକ୍ତ ଫଟୋ ଗ୍ରାମର ଜଣେ ଯୁବକଙ୍କ ମୋବାଇଲକୁ ସୋସିଆଲ ମିଡିଆରେ ଆସିଯିବାରୁ ସେ ନାବାଳିକାଙ୍କ ମା’ଙ୍କୁ ଦେଖାଇଥିଲେ। ଏହାପରେ ନାବାଳିକାଙ୍କ ମା’ ଝିଅଙ୍କୁ ପଚାରିବାରୁ ସେ ସବୁକଥା କହିଥିଲେ। ଶୁକ୍ରବାର ମା’ ସଦରଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।