ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଅଟକ

କପ୍ତିପଦା,୨୬ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ୍‌ ଅଟକ ରଖି ତଦନ୍ତ ଜାରି ରଖିଛି ।
ପୋଲିସ ସୂଚନା ଅନୁଯାୟୀ, ୨୦ ତାରିଖରେ ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା କିରିକିଚିଆପାଳ ଗ୍ରାମର ରମେଶ ଦଳେଇ କପ୍ତିପଦା ଥାନା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇ ଭେଜିଡ଼ିହା ଛକ ପାଖ ଜଙ୍ଗଲରେ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେବା ସହିତ ବସ୍‌ଷ୍ଟାଣ୍ଡ୍‌ରେ ଛାଡ଼ି ଚାଲି ଯାଇଥିଲେ। ପରେ ନାବାଳିକାଜଣକ ବନ୍ଧୁଘର ଉଦଳା ଥାନା ଅଞ୍ଚଳକୁ ପଳାଇ ଆସିଥିଲେ। ପୀଡ଼ିତାଙ୍କ ବାପା ଅସୁସ୍ଥ ଥିବାରୁ ମଙ୍ଗଳବାର ଘଟଣା ସମ୍ପର୍କରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କପ୍ତିପଦା ଥାନାରେ ଏକ ମାମଲା (ନଂ.୫୩/୨୦୨୦) ରୁଜୁ ହୋଇଛି ।