ନାବାଳକଙ୍କୁ ସାବାଳକ କଲା ପୋଲିସ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ): ପୋଲିସର ଖାମଖିଆଲି ତଦନ୍ତ ପାଇଁ ଦୋଷୀ ଖସି ଯାଉଥିବାବେଳେ ଅନେକ ନିର୍ଦ୍ଦୋଷ ସଜା କାଟୁଥିବା ନଜିର ରହିଛି। ଏଭଳି କାର୍ଯ୍ୟଧାରାକୁ ନେଇ ଓଡ଼ିଶା ପୋଲିସ ବାରମ୍ବାର ନିନ୍ଦିତ ହେଉଛି। ଏବେ ଖୋଦ୍‌ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଏମିତି ଏକ ସ୍ପର୍ଶକାତର ଘଟଣା ପଦାକୁ ଆସିଛି। ନାବାଳକ ଥିବା ଜଣେ ସ୍କୁଲ୍‌ ଛାତ୍ରଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରି କ୍ୟାପିଟାଲ ଥାନା ପୋଲିସ ଅଡୁଆରେ ପଡିଛି। ଏପରି କି ପୋଲିସ ରିପୋର୍ଟ ଆଧାରରେ କୋର୍ଟ ସମ୍ପୃକ୍ତ ନାବାଳକଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ତେବେ ଉକ୍ତ ରିପୋର୍ଟ ଭୁଲ୍‌ ଥିବା କୋର୍ଟ ଜାଣିବା ପରେ କ୍ଷୋଭ ପ୍ରକାଶ କରିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ପୁନଃ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ନାବାଳକଙ୍କୁ ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରିଥିବା ତାଙ୍କ ମା’ ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ନାବାଳକ ଜଣକ ଏହି ଥାନା ଅନ୍ତର୍ଗତ ଫାଳିକିଆ ବସ୍ତି ଅଞ୍ଚଳରେ ପରିବାର ସହ ରୁହନ୍ତି। ଗତ ୩ ତାରିଖ ରାତି ପ୍ରାୟ ୮ଟା ୩୦ରେ ନାବାଳକ ଜଣକ ଘରେ ପଢ଼ୁଥିବାବେଳେ ତାଙ୍କ ମା’ ଖାଉଥିଲେ। ମୋଚିସାହି ଅଞ୍ଚଳର ୩ ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ତାଙ୍କ ଘରେ ପଶି ନାବାଳକଙ୍କ ମା’ଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ଏହାପରେ ତାଙ୍କ ନାବାଳକ ପୁଅଙ୍କୁ ଉଠାଇ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବସ୍ତିରେ ଆତଙ୍କ ଖେଳାଇ ପଳାଇବା ପରେ କେତେକ ଲୋକ ନାବାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲ ରିପୋର୍ଟ ଧରି ନାବାଳକଙ୍କ ମା’ ଓ ଅନ୍ୟମାନେ ଅଭିଯୋଗ କରିବାକୁ କ୍ୟାପିଟାଲ ଥାନାରେ ପହଞ୍ଚତ୍ଥିଲେ। ହେଲେ ଥାନାର ଜଣେ ପୋଲିସ ଉକ୍ତ ମେଡିକାଲ ରିପୋର୍ଟ ଛଡାଇନେଇ ବହୁ ସମୟ ଧରି ବସାଇଥିଲେ। ଏପଟେ ମୋଚି ସାହିର ଜଣେ ମହିଳା ନାବାଳକଙ୍କ ନାମରେ ଆଉ ଏକ ଅଭିଯୋଗ ଆଣିଥିଲେ। ହେଲେ ପୋଲିସ ଠିକ୍‌ ଭାବେ ତଦନ୍ତ ନ କରି ଓଲଟା ଦ୍ୱିତୀୟ ଅଭିଯୋଗ ଆଧାରରେ ଆକ୍ରମଣର ଶିକାର ହୋଇଥିବା ନାବାଳକଙ୍କୁ ସାବାଳକ ଦର୍ଶାଇ ଗିରଫ କରିଥିଲା। ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରିବା ବଦଳରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ପୋଲିସ ଦାଖଲ କରିଥିବା ରିପୋର୍ଟରେ ନାବାଳକଙ୍କ ବୟସ ୧୯ବର୍ଷ ଦର୍ଶାଇଥିବାରୁ କୋର୍ଟ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ। ହେଲେ ତାଙ୍କ ପରିବାର ଲୋକେ କୋର୍ଟଙ୍କ ନିକଟରେ ନାବାଳକଙ୍କ ସ୍କୁଲ ସାର୍ଟିଫିକେଟ ଦେଖାଇଥିଲେ। ସେଥିରେ ତାଙ୍କ ବୟସ ୧୭ବର୍ଷ ୪ମାସ ୧୭ଦିନ ରହିଛି। ଏହାକୁ ନେଇ କୋର୍ଟ କ୍ଷୁବ୍ଧ ହେବା ସହ କ୍ୟାପିଟାଲ ଥାନାର ତଦନ୍ତ ଅଧିକାରୀଙ୍କୁ ନୋଟିସ କରିଛନ୍ତି। ନାବାଳକଙ୍କ ଓକିଲ କହିଛନ୍ତି ଯେ,ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ। ପୁଣି ପୋଲିସ ତାଙ୍କୁ ଜେଲ୍‌ ପଠାଇବା ବଦଳରେ ବାଳ ସୁଧାର ଗୃହରେ ଛାଡିବାର ନିୟମ ରହିଛି। ଏଭଳି ଭୁଲ୍‌ ପାଇଁ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।
ଏନେଇ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ତଦନ୍ତକାରୀ ଅଧିକାରୀ ନାବାଳକଙ୍କୁ ବୟସ ପଚାରିବାରୁ ସେ ୧୯ ବୋଲି କହିଥିଲେ। ତେଣୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମିଛ ମାମଲା ନୁହେଁ, ଅନ୍ୟ ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri